Search
Close this search box.

ସେପ୍ଟେମ୍ବର ୬କୁ କଳା ଦିବସ ରୂପେ ପାଳନ କଲା କୁଡ଼ମି ସେନା

ସେପ୍ଟେମ୍ବର ୬କୁ କଳା ଦିବସ ରୂପେ ପାଳନ କଲା କୁଡ଼ମି ସେନା

କେନ୍ଦୁଝର, ଆଜି କୁଡ଼ମି ସେନା ପକ୍ଷରୁ ଏକ ବିରାଟ ପଟୁଆରରେ ସହ ସହ କୁଡ଼ମି ସମ୍ପ୍ରଦାୟର ଲୋକମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୧୯୫୦ ମସିହା ସେପ୍ଟେମ୍ବର ୬ ପୂର୍ବରୁ କୁଡ଼ମି ମାନେ ଆଦିବାସୀ ଥିଲେ ଏଣୁ ପୁର୍ନବାର ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିବା କୁଡ଼ମି ନେତା ମିତ୍ରଭାନୁ ମହାନ୍ତ କହିଛନ୍ତି । ଓଡ଼ିଶା କୁଡ଼ମୀ ସେନା କେନ୍ଦୁଝର ଜିଲ୍ଲା ମହିଳା ସଭାନେତ୍ରୀ ମଧୁସ୍ମିତା ମହାନ୍ତ ଅଭିଯୋଗ କରିଥିଲେ ଯେ ବିନା ନୋଟିଫିକେସନ ରେ କୁଡ଼ମୀ ମାନଙ୍କୁ ଆଦିବାସୀ ମାନ୍ୟତା ରୁ ବାଦ ଦିଆଯାଇଛି ସେହି ଦିନରୁ ଏହି ଆନ୍ଦୋଳନ ଚାଲି ଆସିଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପାରିକ ନୃତ୍ୟ ଓ ମାଦଳ ବଜାଇ ନାଚି ଗୀତ ମାଧ୍ୟମରେ ଏହି ଆନ୍ଦୋଳନ ଦୁଲୁକି ଥିଲା ।ଶେଷରେ ଓଡ଼ିଶା କୁଡ଼ମୀ ସେନା ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This

× How can I help you?