କେକସରା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ୨୨ ଖଣ୍ଡ ପଞ୍ଚାୟତବାସୀ ଘେରୀଲେ ତହସିଲ କାର୍ଯ୍ୟାଳୟ

କେକସରା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ୨୨ ଖଣ୍ଡ ପଞ୍ଚାୟତବାସୀ ଘେରୀଲେ ତହସିଲ କାର୍ଯ୍ୟାଳୟ

ଚଳିତ ବର୍ଷ ଶ୍ରାବଣ ରୁତୁ ସରିଥିବାବେଳେ ବର୍ଷାର ଦେଖାନାହିଁ ଯାହା ଫଳରେ କୋକସରା ବ୍ଲକର ଅନେକ ଚାଷ ଜମିରେ ଏବେବି ରୁଆ ଓ ବେଉଷଣ କାର୍ଯ୍ୟ ହୋଇ ପାରିନାହିଁ। ଅଧିକାଂଶ ଜମି ପାଣି ଅଭାବରୁ ପଡ଼ିଆ ପଡ଼ିଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ମରିବାକୁ ବସିଲାଣି। ବ୍ଳକର କେତେକ ସ୍ଥାନର ଚାଷୀ, ଜମିରେ ଗୋରୁ ପଳ ଛାଡିଥିବା ମଧ୍ୟ ନଜର କୁ ଆସିଥିବାବେଳେ ଏବର୍ଷ ମରୁଡ଼ି ସ୍ଥିତି ଜଳଜଳ ହୋଇ ଦିସିଲାଣି। ଏନେଇ ଆଜି କୋକସରା ବ୍ଳକ କୃଷକ ସଚେତନ ମଞ୍ଚର ସଭାପତି ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ବରେ ବ୍ଲକର ୨୨ ଗୋଟି ପଞ୍ଚାୟତର ଚାଷୀ ଏକତ୍ରିତ ହେବାପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ପରେ ଗରୁଡଧ୍ବଜ ମାଝୀଙ୍କ ସଭାପତିତ୍ବରେ ତହସିଲ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରି ଚାଷୀମାନେ ଦାବି ଉପସ୍ଥାପନା କରିଥିଲେ। ଏହାପରେ କୋକସରା ବ୍ଲକ କୁ ସମ୍ପୂର୍ଣ ମରୁଡ଼ି ଘୋଷଣା କରିବା ସହ ୨୩ ଗୋଟି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ରୁ ତିରୁପତି ପାତ୍ର ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ

Recent Post

Live Cricket Update

You May Like This