ଗାଡିରୁ ଆଳୁବସ୍ତା ଖସି ଜଣେ ଶ୍ରମିକ ଗୁରୁତର ଆହତ
କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟ ବଜାରରେ ଏକ ଦଶ ଚକିଆ ଟ୍ରକ ଆଳୁ ବୋଝେଇ କରି ଆସିଥିବା ବେଳେ ଆଳୁ ଗୋଦାମରେ ଓଲାଉଥିବା ସମୟରେ ଗାଡି ଡାଲାରୁ ଆଳୁ ବସ୍ତା ଧସି ଜଣେ ଶ୍ରମିକଙ୍କ ଉପରେ ପଡିଯିବା ଫଳରେ ଶ୍ରମିକ ଜଣଙ୍କ ଗାଡି ତଳେ ପଡ଼ି ଯାଇ ଗୁରୁତର ଆହତ ହୋଇଛନ୍ତି I ଶ୍ରମିକଙ୍କୁ ଦୁର୍ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ସାହାରପଡା ଅଗ୍ନିଶମ ବିଭାଗ ଗାଡି ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I ତେବେ ଶ୍ରମିକ ଜଣକ କରଞ୍ଜିଆ ଅଞ୍ଚଳର ବାବୁ ନାୟକ ବୋଲି ଜଣା ପଡିଥିବା ବେଳେ ଘଟଣା ସ୍ଥଳରେ ସାହାରପଡା ଫାଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି I
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍