ରାଜ୍ୟର ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୀବନ ବୀମା ଯୋଜନା ପ୍ରଣୟନ କରାଯିବ। ଓଡ଼ିଶାର ସମସ୍ତ ହସ୍ତଶିଳ୍ପ ଗ୍ରାମକୁ ସଂଯୋଗ କରୁଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ପ୍ରମୁଖ ଜିଲ୍ଲା ରାସ୍ତାଗୁଡ଼ିକରେ ସ୍ବତନ୍ତ୍ର ସାଇନବୋର୍ଡ ଲଗାଯିବ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ଅନୁଷ୍ଠିତ ଏକ ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟର ହସ୍ତଶିଳ୍ପ କାରିଗର ଓ ବୁଣାକାରମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ପ୍ରଣୀତ ଯୋଜନା ଦ୍ଵାରା ବିଭିନ୍ନ ଜୀବନ ବୀମା ଯୋଜନା ଉପରେ ବୈଠକରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଏବଂ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ପଦ୍ମ ବିଭୂଷଣ ଡଃ ସୁଦର୍ଶନ ସାହୁ ଉପସ୍ଥିତ ଥିଲେ।