Search
Close this search box.

୯ ଦଫା ଦାବି ନେଇ ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଘେରାଓ

୯ ଦଫା ଦାବି ନେଇ ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଘେରାଓ

୯ ଦଫା ଦାବି ନେଇ ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ଜିଲ୍ଲା କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାଳିପଡ଼ିଆ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପ୍ରମୁଖ ଦାବୀ ମଧ୍ୟରେ ମେଟ୍ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ୯୦୦୦ ଟଙ୍କା ସୁନିଶ୍ଚିତ କରାଯାଉ, ଜବକାର୍ଡ ଧାରୀ ମାନଙ୍କୁ ବର୍ଷକୁ ୨୦୦ ଦିନର କାମ ନିଶ୍ଚିତ ଦିଆଯାଉ, ଏନ୍‌ଜିଓ ମାନଙ୍କ NMMS ପଞ୍ଜିକରଣ ବନ୍ଦ କରାଯାଉ, ସମସ୍ତ Line Department ରେ ମେଟ୍ ମାନଙ୍କୁ ନିୟୋଜିତ କରାଯାଉ, ମେଟ୍ ମାଷ୍ଟର ରୋଲ୍ ରେ ମେଟ୍ ମାନଙ୍କ ଦୈନିକ ପାରିଶ୍ରମିକ ସପ୍ତାହ ମଧ୍ୟରେ ତୁରନ୍ତ ପ୍ରଦାନ କରାଯିବା ପରି ୯ଦଫା ସମ୍ବଳିତ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ଏକ ପ୍ରତିନିଧି ଦଳ ପ୍ରଦାନ କରିଥିଲେ । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଗାଁ ସାଥୀ ନେତୃବର୍ଗ ।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This

× How can I help you?