*ଷ୍ଟୁୱାର୍ଟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷା କଲେଜ ପରିସରରେ ବିଦ୍ୟାର୍ଥୀଙ୍କୁ ଗଣେଶ ପୂଜା କରିବାକୁ ମନା କଲେ*

*ଷ୍ଟୁୱାର୍ଟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷା କଲେଜ ପରିସରରେ ବିଦ୍ୟାର୍ଥୀଙ୍କୁ ଗଣେଶ ପୂଜା କରିବାକୁ ମନା କଲେ*

ଦୀର୍ଘ ଦିନ ହେଲାଣି ବିଦ୍ୟାର୍ଥୀମାନଙ୍କ ଦ୍ଵାରା ହୋଇ ଆସୁଥିବା ଅଭିଯୋଗ ଅନୁସାରେ ଷ୍ଟିଓ୍ଵାର୍ଟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ସନାତନ ଧର୍ମ ସଂସ୍କୃତି ପ୍ରତି ଅହେତୁକ ଅସହନଶୀଳ ମନୋଭାବ ପ୍ରଦର୍ଶନ କରାଯାଉଛି।
ବିଦ୍ୟାଳୟ ପରିସରରେ ନିର୍ଦ୍ଧିଷ୍ଟ ଏକ ଧର୍ମର ପ୍ରଚାର ପ୍ରସାର କରିବା ସହ ପିଲାଙ୍କ ମାନସିକତାରେ ଏହାକୁ ଭର୍ତ୍ତି କରିବାର ଏକ ଘୃଣ୍ୟ ପ୍ରୟାସ କଲେଜର ମ୍ୟାନେଜିଙ୍ଗ କମିଟି କରୁଛନ୍ତି ।
ମହାବିଦ୍ୟାଳୟର ଅନେକ ବିଦ୍ୟାର୍ଥୀ ସନାତନ ଧର୍ମରେ ବିଶ୍ୱାସ ରଖୁଥିଲେ ମଧ୍ୟ ଆଜି ମହାବିଦ୍ୟାଳୟ ପରିସରରେ ପ୍ରଭୁ ଗଣେଶ ଏବଂ ମା ସରସ୍ୱତୀଙ୍କ ପୂଜା ନିମନ୍ତେ ବିଦ୍ୟାର୍ଥୀ ଗୁହାରି କରିବାକୁ ପଡୁଛି । ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ଆଗରୁ ୧୯୮୧ ମସିହା ଠାରୁ ଅବିରତ ଗଣେଶ ପୂଜା ହୋଇ ଆସୁଥିଲା ବେଳେ କରୋନା ପାଇଁ ୨୦୧୯ରୁ ବନ୍ଦ କରାଯାଇଥିଲା କିନ୍ତୁ ଏବେ କରୋନା କଟକଣା ଉଠିବା ପରେ ପିଲାମାନେ ଅଧ୍ୟକ୍ଷାଙ୍କ ନିକଟରେ ଏ ବର୍ଷ ଗଣେଶ ପୂଜା କରିବାକୁ ପ୍ରସ୍ତାବ ଦେବା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପୂଜା କରିବାକୁ ସଫା ସଫା ମନା କରୁଛନ୍ତି । ଏମିତି କି ଅନେକ ବିଦ୍ୟାର୍ଥୀ ଏ ବିଷୟକୁ CMO କାର୍ଯ୍ୟାଳୟର ହସ୍ତକ୍ଷେପ ନିମନ୍ତେ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇବା ପରେ ମଧ୍ୟ ଅଧ୍ୟକ୍ଷା ନିଜ ଜିଦରେ ଅଟଳ। ଏ ସବୁ କଟକର ଭାଇଚାରାକୁ ଭଙ୍ଗ କରିବାର ଯେଉଁ ଷଡ଼ଯନ୍ତ୍ରକୁ ହିନ୍ଦୁ ଜାଗରଣ ମଞ୍ଚ କଦାପି ସହ୍ୟ କରିବ ନାହିଁ।
ଏଣୁ ହିନ୍ଦୁ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ଗୁରୁ ପ୍ରସାଦ ସାହୁ ଅଧ୍ୟକ୍ଷତାରେ ସହ ସଂଯୋଜକ ବାପୁଜୀ କର ଓ ଅମିତ ରାଉତରାୟଙ୍କ ନେତୃତ୍ୱରେ ମଞ୍ଚର କାର୍ଯ୍ୟକର୍ତ୍ତା ଷ୍ଟିଓ୍ଵାର୍ଟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଭେଟି ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଯେ, ତୁରନ୍ତ ଏଭଳି ମାନସିକତାରୁ ଖ୍ୟାନ୍ତ ରୁହନ୍ତୁ ଏବଂ ମହାବିଦ୍ୟାଳୟ ପରିସରରେ ସାମ୍ପ୍ରଦାୟିକ ବାତାବରଣ ସୃଷ୍ଟି କରନ୍ତୁ ନାହିଁ। ବିଦ୍ୟା ପ୍ରଦାନର ଏ ମହାପରିସରରେ ବିଦ୍ୟାଦାତା ପ୍ରଭୁ ଶ୍ରୀଗଣେଶ ଏବଂ ମା’ ସରସ୍ଵତୀଙ୍କ ପୂଜା ପାଇ ଅନୁମତି ଦିଅନ୍ତୁ ଏବଂ ଏଠାରେ ପଢ଼ୁଥିବା ବିଦ୍ୟାର୍ଥୀଙ୍କ ଭାବାବେଗକୁ ସମ୍ମାନ ଦେବା ନିମନ୍ତେ ହିନ୍ଦୁ ଜାଗରଣ ମଞ୍ଚର କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି।
ନଚେତ ହିନ୍ଦୁ ଜାଗରଣ ମଞ୍ଚର ଯୁବ ବାହିନୀର ରାଜ୍ୟ ସଂଯୋଜକ ରାକେଶ ଧୂପର ମହାବିଦ୍ୟାଳୟ ସାମ୍ନାରେ ଆଗକୁ ଆହୁରି ତୀବ୍ର ବିରୋଧ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଆଶୁତୋଷ ଦାସ, ଜଗମୋହନ ଜେନା, ସୋମ ସାର୍ଥକ, ଚନ୍ଦନ ମହାରଣା, ଅଭିନ୍ନ ଚନ୍ଦ୍ର, ରିତେଶ କୁମାର, ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Recent Post

Live Cricket Update