ପଞ୍ଚାୟତ ଅଧିବାସୀ ଓ ବ୍ଲକ ନୋଡାଲ ଅଫିସରଙ୍କ ଦ୍ୱାରା ସରପଞ୍ଚ ସନ୍ନମାନିତ
କାମାକ୍ଷାନଗର – କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମାକ୍ଷା ବ୍ଲକର ବାଉଁଶପାଳ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ଷେଣ୍ଢଙ୍କୁ ଆଜି ମୋ ପଞ୍ଚାୟତ ସଭାରେ ସନ୍ନମାନିତ କରାଯାଇଛି, ସେ ପଞ୍ଚାୟତର ଉର୍ନତି ପାଇଁ ସର୍ବଦା କାର୍ଯ୍ୟ କରିଆସୁଛନ୍ତି. ଶ୍ରୀମତୀ ସନ୍ଧ୍ୟାରାଣୀ ଷେଣ୍ଢ ଏବେ ଢେଙ୍କାନାଳ ଜିଲ୍ଲାର ସରପଞ୍ଚ ମହାସଂଘର କାର୍ଯ୍ୟକାରୀ ସଭାପତି ସହିତ ଓଡିଶା ସରପଞ୍ଚ ମହାସଂଘର ସମ୍ପାଦିକା ଭାବେ ମନୋନୀତ ହୋଇଛନ୍ତି. ସେ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ଷେଣ୍ଢଙ୍କ ଧର୍ମପତ୍ନୀ.ଦିଲ୍ଲୀପ କୁମାର ସେଣ୍ଡ ଢେଙ୍କାନାଳ ବିଜୁ ଜନତା ଦଳର,ଥରେ ଉପସଭାପତି ଓ ଦୁଇଥର ସମ୍ପାଦକ ଭାବେ ଭାବେ ନିଜର କାର୍ଯ୍ୟ କରିଆସୁଛନ୍ତି. ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଭରସା କରି ଏ ଗୁରୁ ଦାୟିତ୍ୱ ଦେଇଛନ୍ତି. ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବରିଷ୍ଠ ସହଯୋଗୀ ଭାବେ ପରିଚିତ, ତାଙ୍କ ଦୃଢ ସଂଗଠନ ପାଇଁ ବିଜେଡି ଗଡ଼ ଭାବେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ନା ଅଛି. ସେ ଜଣେ ଦକ୍ଷ୍ୟ କୃଷକ ଭାବେ ମଧ୍ୟ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଖରୁ କୃଷି କର୍ମଣ ସଂମାନ ଗ୍ରହଣ କରିଛନ୍ତି. କଳା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଦେବୁ ବୋଷ ଓ ସ୍ବର୍ଗତ ହରପଟ୍ଟନାୟକ ତାଙ୍କୁ ସନ୍ନମାନିତ କରିଛନ୍ତି.ତାଙ୍କର ଧର୍ମପତ୍ନୀ ସରପଞ୍ଚ ହେବାର ମାତ୍ର ଦେଢ଼ ବର୍ଷ ମଧ୍ୟରେ ଗ୍ରାମ ପଞ୍ଚାୟତ ବାସୀଙ୍କ ପାଇଁ 157 ଟି ଆବାସ ଯୋଜନା, ଏବଂ ଦୁଇଶହ ରୁ ଉର୍ଦ୍ଧ ବାର୍ଦ୍ଧକ୍ୟ ଭତ୍ତା ଲୋକଙ୍କୁ ଯୋଗଇ ସାରିଲେଣି. ଓ ଦୁଇ ଦୁଇଟା 5t ସ୍କୁଲ, ଦୁଇଟି କଲ୍ୟାଣ ମଣ୍ଡପ କରିସାରିଲେଣି. ତା ସହିତ ଦୁଇଟି ମେଗା ଓଭର ହେଡ ପାଣି ଟାଙ୍କି କରିବା ପାଇଁ ଅନମୋଦନ କରି ସାରିଛନ୍ତି. ରୋଗୀ ସେବାରେ ମଧ୍ୟ୍ୟ ସେ ବହୁ ଆଗରେ ଅଛନ୍ତି, ଜିଲ୍ଲାପାଳଙ୍କ କହି ତାଙ୍କ ବାଉଁଶପାଳ ପଞ୍ଚାୟତ ପାଇଁ ଜଣେ CHO ମାଡାମଙ୍କୁ ପୋଷ୍ଟିଙ୍ଗ କରାଇଛନ୍ତି. ପ୍ରତିଦିନ ପାଖା ପାଖି ତିରିଶି, ଚାଳିଶ ଜଣ ରୋଗୀଙ୍କୁ ମାଗଣାରେ ମେଡ଼ିସିନ ଯୋଗାଇ ଦିଆଯାଉଛି. ଆଜି ସଭାରେ ବାଉଁଶପାଳ ପଞ୍ଚାୟତ ଗୃହରେ ସମସ୍ତ ୱାର୍ଡ ସଭ୍ୟ, କୃଷି ଅଧିକାରୀ, ବ୍ଲକ ଅଧିକାରୀ, MBK, CRP, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ପଞ୍ଚାୟତର ଜନସାଧାରଣ ମାନେ ଉପସ୍ଥିତ ରହି ନିଜ ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ଷେଣ୍ଢଙ୍କୁ ସନ୍ନମାନିତ କରିଥିଲେ. ଲୋକଙ୍କ ଭଲ ପାଇବା ଏମିତି ରହିଲେ ଆଗକୁ ନିଜ ପଞ୍ଚାୟତକୁ ଏକ ନମ୍ବର କରି ଗଢିତୋଳିବା ପାଇଁ ସତଚେଷ୍ଟା କରିବି ବୋଲି କହିଛନ୍ତି ସରପଞ୍ଚ, ତା ସହିତ ସଭାରେ ଉପସ୍ଥିତ ରହି ତାଙ୍କୁ ସନ୍ନମାନିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।