ରବାଟ୍: ମୋରୋକୋକୁ କନ୍ଦାଇଲା ଭୂମିକମ୍ପ । ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋରୋକୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି । ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି । ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ଏବେ ଶହ ଶହ ଲୋକ ନିଜ ଘରର ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା କୁହାଯାଉଛି ।
ଭୂକମ୍ପ ପ୍ରଭାବିତ ପ୍ରଦେଶରେ ଅତି କମରେ ୧୦୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୧୨୦୦ରୁ ଅଧିକ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି ।
ଅଧିକାଂଶ କ୍ଷତି ସହର ବାହାରେ ଘଟିଛି । ଏପର୍ଯ୍ୟନ୍ତ ଭୂମିକମ୍ପ ପାଇଁ ମୋରୋକୋକୁ କେତେ କ୍ଷତି ସହିବାକୁ ପଡ଼ିବ, ତାହାର ଆକଳନ କରାଯାଇନାହିଁ । ତେବେ ଏହି ଭୂମିକମ୍ପର ପ୍ରଭାବ ବା କମ୍ପନ ସୁଦୂର ପର୍ତ୍ତୂଗାଲ୍ ଓ ଆଲଜେରିଆରେ ମଧ୍ୟ ଅନୁଭୂତ ହୋଇଥିଲା ବୋଲି ‘ପର୍ତ୍ତୂଗୀଜ୍ ଇନ୍ଷ୍ଟିଚ୍ୟୁଟ୍ ଫରସି’ ଆଣ୍ଡ୍ ଆଟ୍ମୋସ୍ଫିୟର’ ଓ ଆଲ୍ଜେରିଆର ‘ସିଭିଲ୍ ଡିଫେନ୍ସ୍ ଏଜେନ୍ସି’ ସୂଚନା ଦେଇଛନ୍ତି । ସଂଗୃହୀତ ସୂଚନା ଅନୁସାରେ, ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ୱାରଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ‘ଆଟ୍ଲାସ୍ ମାଉଣ୍ଟେନ୍’ ୱୟୁକେମେଦେନ୍ ସହରର ପଶ୍ଚିମ ପ୍ରାନ୍ତରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପଜନିତ କମ୍ପନ ଉପକୂଳବର୍ତ୍ତୀ ନଗରୀ ରବାଟ୍, କାସାବ୍ଲାଙ୍କା ଓ ଇସାଓୟୁରିଆରେ ଅନୁଭୂତ ହୋଇଥିଲା ।
ସୋର୍ସ news