ସରେଣ୍ଡା ପଞ୍ଚାୟତ ୱାର୍ଡନମ୍ବର ଆଠ ର ୱାର୍ଡ ମେମ୍ବର ନିଜେ ପିଉଛନ୍ତି ଚୁଆର ପାଣି ସାଧାରଣଲୋକଙ୍କ କଥା ବା କହିବା କଣ

ସରେଣ୍ଡା ପଞ୍ଚାୟତ ୱାର୍ଡନମ୍ବର ଆଠ ର ୱାର୍ଡ ମେମ୍ବର ନିଜେ ପିଉଛନ୍ତି ଚୁଆର ପାଣି ସାଧାରଣଲୋକଙ୍କ କଥା ବା କହିବା କଣ।

କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ ସ୍ଵାଧୀନତା ର 76ବର୍ଷ ପରେ ଏହି ଜିଲ୍ଲାରେ କିଛି ଅଞ୍ଚଳରେ ଏବେବି କିଛି ଲୋକ ପିଇବା ପାଇଁ ସ୍ୱଚ୍ଛପାଣି ପାଇପାରୁ ନାହାଁନ୍ତି , ଝରଣାର ଚୁଆ ପାଣି ତାଙ୍କର ସାହା ଭରଷା। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯୋଡ଼ା ବ୍ଲକ ଅନ୍ତର୍ଗତ ସେରଣ୍ଡା ଗ୍ରାମପଂଚାୟତ ଅଧିନସ୍ଥ ସୋୟାବାଲି ଗ୍ରାମର ଆଠ ନମ୍ବର ୱାର୍ଡ ମୁଣ୍ଡା ସାହିରେ , ଏହି ୱାର୍ଡ ର ୱାର୍ଡ ମେମ୍ବର ନିଜେ ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି, ଜଣେ ଜନ ପ୍ରତିନିଧିଙ୍କ ଅବସ୍ଥା ଏଭଳି ଥିବା ବେଳେ ସାଧାରଣ ଲୋକଙ୍କ କଥା ବା କହିବା କଣ।ଉକ୍ତ ଗ୍ରାମ ରେ ଏକମାତ୍ର ନଳକୂପ ଥିଲେ ମଧ୍ୟ ଲୁଣି ଓ ଗୋଳିଆ ଓ ଦୁର୍ଗନ୍ଧ ଭରା ପାଣି ବାହାରୁ ଥିବାରୁ ପିଇବା ତ ଦୂରର କଥା ଭାତ ରାନ୍ଧିଲେ ସ୍ୱାଦହୀନ ହୋଇପଡୁଛି । ଉକ୍ତ ସେରେଣ୍ଡା ପଞ୍ଚାୟତ ମୁଣ୍ଡା ସାହିର ଲୋକେ ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ସେହି ଗୋଳିଆ ଚୁଆ ପାଣି ଉପରେ ନିର୍ଭର କରିଛନ୍ତି ଗ୍ରାମବାସୀ, ଏବଂ ଉକ୍ତ ପାଣି କୁ ବ୍ୟବହାର କରି ନାନା ପ୍ରକାର ରୋଗ ବ୍ୟାଧି ର ସିକାର ମଧ୍ଯ ହେଉଛନ୍ତି l ଏହା ବିଷୟରେ ଗ୍ରାମବାସୀ ମାନେ ସରପଞ୍ଚ ଓ ଲୋକ ପ୍ରତିନିଧି ଙ୍କୁ ଅବଗତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାନୀୟ ଜଳ ର ସୁବିଧା ପାଇ ପାରିନାହାନ୍ତି, ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଲୋକ ପ୍ରତିନିଧି ଓ ଆଞ୍ଚଳିକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କ ସମସ୍ୟା ଦୁର କରିବାରେ କେତେଦୂର ସହାୟକ ହେଉଛନ୍ତି l

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ l

Recent Post

Live Cricket Update