ଶିକ୍ଷକ ଅଭାବ ନିମନ୍ତେ ଦୁର୍ଗା ପ୍ରସାଦ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ

ଶିକ୍ଷକ ଅଭାବ ନିମନ୍ତେ ଦୁର୍ଗା ପ୍ରସାଦ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ

ଢେଙ୍କାନାଳ, ୧୧।୯: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଦୁର୍ଗା ପ୍ରସାଦ ଗ୍ରାମର ସ୍କୁଲ୍ ପରିଚାଳନା କମିଟି ଓ ଅଭିଭାବକମାନେ ବିଦ୍ୟାଳୟରେ ଶିକ୍ଷକ ଅଭାବ ନିମନ୍ତେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଥାଉକି, ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ୧୬୭ ଜଣ ବିଦ୍ୟା ଅଧ୍ୟୟନ କରନ୍ତି। କିନ୍ତୁ ୮ ଟି ଶ୍ରେଣୀକୁ ବର୍ତମାନ ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ତନ୍ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ ଓ କମିଟି ସଦସ୍ୟମାନଙ୍କୁ ମାନୁ ନାହିଁନ୍ତି । ସେ ତାଙ୍କ ମନଇଛା ସ୍କୁଲ୍‌କୁ ଆସୁଛନ୍ତି ଏବଂ ମନଇଚ୍ଛାରେ ସ୍କୁଲ୍‌ରୁ ଯାଉଛନ୍ତି । ତାଙ୍କର ଯିବା ଆସିବା ସମୟ ଠିକ୍ ରହୁନି । ୪ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ଅଫିସ୍ କାମରେ ରହୁଛନ୍ତି। ଆଉ ମାତ୍ର ୨ଜଣ ଶିକ୍ଷକଙ୍କୁ ନେଇ ୮ଟି ଶ୍ରେଣୀ ପାଠପଢା ଚାଲୁଛି। ଆଗରୁ ଏମିତି ଶିକ୍ଷକ ଅଭାବରୁ ପିଲାଙ୍କର ପାଠପଢା ଠିକ୍ ଭାବରେ ନହେବାରୁ ଗ୍ରାମବାସୀ ବାରମ୍ବାର ଆପତି କରିଥିଲେ ମଧ୍ୟ କିଛି ଫଳ ନମିଳିବାରୁ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ । ତୁରନ୍ତ ଏହାର ବିଚାର କରି ଆସନ୍ତା ୭ ଦିନ ମଧ୍ୟରେ ଅତି କମ୍‌ରେ ଆଉ ୪ଜଣ ଶିକ୍ଷକଙ୍କୁ ବିଦ୍ୟାଳୟକୁ ନିଯୁକ୍ତ ଏବଂ ବିଦ୍ୟାଳୟରେ ଥିବା ଅମାନିଆ ଶିକ୍ଷୟିତ୍ରୀ ଜଣଙ୍କୁ ବଦଳୀ ପାଇଁ ନିବେଦନ କରିଛନ୍ତି । ଯଦି ଏହି ଆପତି ଅନୁସାରେ କିଛି ବିଚାର ନକରନ୍ତି ତେବେ ସ୍କୁଲ୍ ସମ୍ମୁଖରେ ବସି ଧାରଣ ଦେବାକୁ ଢେଙ୍କନାଳ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଜନଶୁଣାଣି ଅଭିଯୋଗରେ ଶିକ୍ଷାଧ୍ୟାକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି ଜଣାଇଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ବିଷ୍ଣୁ ଚରଣ ମହାରଣା, କୁନା ବେହେରା, ଶେଷଦେବ ଘଡେଇ, କାଳିଆ ମହାରଣା, ବନବିହାରୀ ସେଠୀ, ମୋହନ କୁମାର କର, ପ୍ରସନ୍ନ କୁମାର ଦଳେଇଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

Recent Post

Live Cricket Update