ଭାଉଜକୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦିଅରକୁ ଗିରଫ କରିଛି ବଡବିଲ ପୋଲିସ୍

ଭାଉଜକୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦିଅରକୁ ଗିରଫ କରିଛି ବଡବିଲ ପୋଲିସ୍।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୌରାଞ୍ଚଳ ଦାମୁ ହାଟିଙ୍ଗ ଅଞ୍ଚଳ ବିଗତ କିଛି ମାସ ଧରି ସତେ ଯେମିତିକି ବଡବିଲ ର ଶାନ୍ତ ପରିବେଶକୁ ଅଶାନ୍ତ କରି ରଖିଛି ଏବଂ ଏହି ଅଞ୍ଚଳଟି ରେ ଯେମିତି କିଛି ଦିନ ହେଲା ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ଏହା ବଡବିଲ ପୋଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ପରି ମନେହୁଏ। ସେହିଭଳି ଆଉଏକ ଘଟଣା ସାମ୍ନାକୁ ଆସିଛି ଏହି ଅଞ୍ଚଳରୁ। ଭାଉଜ କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦିଅରକୁ ଗିରଫ କରିଛି ବଡବିଲ ପୋଲିସ୍। ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ସମୟରେ ତପଶ୍ୱନି ଦାସ ଘରେ ରୋଷେଇ କରୁଥିବା ବେଳେ ଦିଅର ବୈଦ୍ୟନାଥ ଦାଶ ଓରଫ୍ ଟୁନା ତାଙ୍କ ଗଳାକୁ ଧରି ଟାଣି ତଳେ ପକାଇ ଏକ ପଥର ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲା, ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତ ସ୍ରାବ ହୋଇଥିଲା ,ତପଶ୍ଵନି ଚିତ୍କାର କରିବାରୁ ତାଙ୍କ ସ୍ଵାମୀ ଆସି ଟୁନା କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଟୁନା ତାଙ୍କୁ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଜୀବନରୁ ମାରିଦେବା କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ତପଶ୍ୱନି ବଡବିଲ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବଡବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ବୈଦ୍ୟନାଥ ଦାଶ ଓରଫ୍ ଟୁନା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବଡବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Recent Post

Live Cricket Update