ଅସରନ୍ତି ସ୍ବପ୍ନ ସତ କରିବେ ରାଜନେତା ….. ଏକ କୃତ୍ରିମ ସୁଖର ସନ୍ଧାନ ଆଶାରେ ୨୦୨୪ର ଭୋଟର୍ ଭାଇ ଭଉଣୀ
ବିଶେଷ – ଆଜିକୁ ଦେଶ ସ୍ବାଧୀନ ହେବାର ଢେର୍ ଦିନ ବିତି ଯାଇଛି। ଢେର୍ ସାରା ସ୍ବପ୍ନ ସତ ହୋଇଛି। ଢେର୍ ସାରା ଦଳ ପ୍ରତିଶୃତି ପରେ ପ୍ରତିଶୃତି ପୂରଣ କରି ଚାଲିଛନ୍ତି। ସବୁସମୟରେ ରାଜନୈତିକ ଦଳ ଗୁଡିକ ଯଥା ସାଧ୍ୟ ଖୁସି ଦେଇ ଚାଲିଛନ୍ତି ଦେଶବାସୀଙ୍କୁ। ପ୍ରଗତି ପଥରେ ଭାରତ ନା ପ୍ରଗତିଶୀଳ ଭାରତ ନା ବିକଶିତ ଭାରତ। ଏ ସବୁର ସଂଜ୍ଞା ବୁଝେନି ଭୋଟର୍। ବର୍ତ୍ତମାନ ଚିନ୍ତାରେ ବେଳେବେଳେ ନିଜର ଭବିଷ୍ୟତ ବିଷୟରେ ଭୁଲିଯାଏ ଭୋଟର୍। ନିଜର ଆଗାମୀ ପିଢ଼ି ପାଇଁ ଚିନ୍ତା କରି ପାରେନି ନାଗରିକ। ତେଲ ଲୁଣ ସଂସାର ଭିତରେ ବୁଡି ରହି ଅନ୍ୟ ଜଣେ ନେତା ଉପରେ ଭରସା କରି ଚଳେ ଓ ଆଜି ଯାଏ ଚଳି ଆସିଛି।
ତେବେ ପ୍ରଶ୍ନ ଉଠୁଛି ଠିକ୍ ସମୟରେ ଠିକ୍ ନିଷ୍ପତି ନେଇ ସଠିକ୍ ପଦକ୍ଷେପ ନେଉଛି କେଉଁ ଦଳ, ତାହା ଚିନ୍ତାନର ବିଷୟ। ଯଦି ଆମେ ତୁରନ୍ତ କୌଣସି ରାଜନୈତିକ ଦଳର ଚକ୍ରାନ୍ତ ବିଷୟରେ ଅବଗତ ହୋଇ ପାରନ୍ତେ ତେବେ ହିନ ଚକ୍ରାନ୍ତକାରି ଦଳ ଠାରୁ ଦୂରେଇ ରହନ୍ତେ।
କାଠୁରିଆ କାଠ ସଂଗ୍ରହ କରି ଭୁଲି ଯାଏ ଯେ କେଉଁ କାଠର ମୂଲ୍ୟ କେତେ। ସେହିପରି ନେତା ଭୋଟ ନେଲା ବେଳକୁ ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲି ଥାଆନ୍ତି। ଯେପରିକି କାଠୁରିଆ ଦୁର୍ଲ୍ଲଭ ଗଛର କାଠକୁ ମଧ୍ୟ ଜାଳେଣି ରୂପେ ସଂଗ୍ରହ କରିଥାଏ।
ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ରାଜନେତା ଓ ଚାଲାକ୍ ଭୋଟର୍ ଉଭୟ ଏଠି ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣର ଶେଷରେ ଅତ୍ୟନ୍ତ ବର୍ଷା ଚାଷ ଜମିରେ ଆବଶ୍ୟକ ନ ଥାଏ ଯେପରି, ନିର୍ବାଚନ ପରେ ରାଜନେତାଙ୍କ ପାଖରେ ଅଜାଡ଼ି ହେଉଥିବା ସମର୍ଥନ କିଛିକାଂଶରେ ସେହିପରି।
ଭୋଟର୍ ଙ୍କ କଥା ସମାନ। ଆବଶ୍ୟକ ପଡିଲେ ରାଜନେତା ଧୋକା ଦେଉଥିବା ବେଳେ ଅନ୍ୟ ସମୟରେ ସହାନୁଭୂତି ମଧ୍ୟ ସେହିପରି।
ଏବେ ବିଷୟବସ୍ତୁ ଉପରେ ଆଲୋଚନା ହେଉ। ପ୍ରତି ରାଜନୈତିକ ଦଳର ପ୍ରଚାର ପତ୍ର ରେ ନିର୍ବାଚନ ପୂର୍ବର ପ୍ରତିଶୃତି ପୂରଣ ହେଉଛି ନିର୍ବାଚନ ପରେ। ତେବେ କେତେ ଆମର ଗୁଜୁରାଣ ମେଣ୍ଟାଇବା ପାଇଁ ଆବଶ୍ୟକ। କେତେ ପ୍ରତିଶତ ଖର୍ଚ୍ଚ କୃଷି, ଶିଳ୍ପ,ପ୍ରତିରକ୍ଷା, ବିଜ୍ଞାନ, ମିତ୍ରତା, କଳା, ସଂସ୍କୃତି ଓ ସ୍ବାବଲମ୍ବୀ ହେବା ପାଇଁ ଖର୍ଚ୍ଚ ହେଉଛି ଜାଣିବା ଆବଶ୍ୟକ। ଦେଶକୁ ଅତ୍ୟଧିକ ପରିମାଣରେ ଋଣ ଦେଶର ଆଗାମୀ ଭବିଷ୍ୟତ ପାଇଁ ବିପଦ, ଏହାକୁ ଏଡାଇ ଦିଅ ଯାଇନପାରେ।
ବୁଝି ବିଚାରି କାର୍ଯ୍ୟ କଲେ….
ପ୍ରମାଦ ନ ପଡ଼ଇ …….
ଉକ୍ତି ଯଥାର୍ଥ କରିବାକୁ ହେଲେ କଣ କରିବାକୁ ହୁଏ?