ଏସ ଭି ଏମ ମହାବିଦ୍ୟାଳୟ ରେ ଜ଼ିଲ୍ଲା ରୋଟାରି କ୍ଳବ ଏବଂ ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

( ଏସ ଭି ଏମ ମହାବିଦ୍ୟାଳୟ ରେ ଜ଼ିଲ୍ଲା ରୋଟାରି କ୍ଳବ ଏବଂ ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ )
ଜଗତସିଂହପୁର
ତା =12/9/23
ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମ ରେ ଜ଼ିଲ୍ଲା ରୋଟାରି କ୍ଳବ ଏବଂ ବାଣିଜ୍ୟ ବିଭାଗ ମିଳିତ ଆନୁକୂଲ୍ୟ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟ ଅଧକ୍ଷ୍ୟ ବିଜୟ କୁମାର ପାତ୍ର ପ୍ରଦୀପ ପ୍ରଜ୍ୟୋଳନ କରି ମେଗା ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଜ଼ିଲ୍ଲା ରୋଟାରି ଗଭ ନର ଯଜ୍ଞଆଶିଷ ମହାପାତ୍ର |ବିଶିଷ୍ଟ ସମାଜସେବୀ ରୋଟାରୀୟାନ ବିନାୟକ ପଟ୍ଟନାୟକ | ଜ଼ିଲ୍ଲା ରୋଟାରି କ୍ଳବ ସଭାପତି ଡକ୍ଟର ପ୍ରସନ୍ନ କୁମାର ସେଠୀ | ସମ୍ପାଦକ ରୋଟାରୀୟାନ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ |ରୋଟାରୀୟାନ ଆଲୋକ ରଞ୍ଜନ ଦାସ | ଅବସର ପ୍ରାପ୍ତ କୃଷି ଅଧିକାରୀ ରମେଶ ଦାଶ | ଅଧ୍ୟାପିକା ଅନିତା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ |ଏହି ମେଗା ରକ୍ତଦାନ ଶିବିର ରେ ଏକ ସହ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇଥିଲା |ଆଗାମୀ ଦିନରେ ଜ଼ିଲ୍ଲା ରୋଟାରି କ୍ଳବ ପକ୍ଷରୁ ଜ଼ିଲ୍ଲା ସଦର ମହକୁମା ରେ ଆଇ ହସ୍ପିଟାଲ ଖୋଲିବା ସହିତ ଯୁବକ ମାନଙ୍କ ଭିତରେ ଏକତା ଏବଂ ସେବା ମନୋଭାବ ଜାଗ୍ରତ କରିବା ନିମନ୍ତେ ବୃକ୍ଷ ରୋପଣ, ଆନ୍ତ ଜ଼ିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ର ଆୟୋଜନ କରାଯିବ ବୋଲି ରୋଟାରୀୟାନ ମତ ବ୍ୟକ୍ତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update