ମୋ-ଦଳର ଢେଙ୍କାନାଳ କାର୍ଯ୍ୟକର୍ତା ସମ୍ମିଳନୀ ନବୀନଙ୍କ କୁଶାସନର ପରିସମାପ୍ତି କର ଆହ୍ବାନ

ମୋ-ଦଳର ଢେଙ୍କାନାଳ କାର୍ଯ୍ୟକର୍ତା ସମ୍ମିଳନୀ ନବୀନଙ୍କ କୁଶାସନର ପରିସମାପ୍ତି କର ଆହ୍ବାନ

ଢେଙ୍କାନାଳ, ୧୨।୯: ମୋ-ଦଳର ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଭାରୀ ଅଶ୍ବିନୀ ଜେନାଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇଥିବା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ନବୀନ ସରକାର ଉପରେ ବର୍ଷିଥିଲେ । ସେ କହିଥିଲେ ନବୀନ ଜଣେ ପ୍ରଚଣ୍ଡ ଜନ ବିରୋଧ ଓ ଓଡିଆ ବିରୋଧ ନେତା। ସେ ଏଭଳି ଜଣେ ବିସ୍ମୟ ନେତା ଯେ, ଆଦୌ ଲୋକ ସଂପର୍କ ରଖନ୍ତିନି କି ଜନସମସ୍ୟାରେ ଜଡିତ ହୁଅନ୍ତି ନାହିଁ । ଅଥଚ ତାଙ୍କର ଚଣ୍ଡିଚାମଣ୍ଡାମାନେ ତାଙ୍କର ଭାବମୂର୍ତୀ ବୃଦ୍ଧି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସନ୍ଧ୍ୟା ରୂପାନ୍ତରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ପ୍ରତିଦିନ ସ୍କୁଲ୍ ତାଲା ପଡୁଛି । ବନ୍ୟା ଓ ମରୁଡି ଏକା ସଙ୍ଗରେ ହେଉଛି । ନବୀନ ତାଙ୍କ ଶାସନରେ ଚଳସେଚନ କଥା ପୁରା ଭୁଲି ଯାଇଛନ୍ତି । ଚାଷୀ ମରୁଡିରେ ଆତ୍ମହତ୍ୟା କଲାବେଳେ ନବୀନ ସରକାର ହକି ଖେଳରେ ମଉଜ ରୁହନ୍ତି। ସରକାରୀ ହସ୍ପିଟାଲକୁ ମାସକୁ ୨୦୦ କୋଟି ଟଙ୍କା ଦିଆଯାଉଛି କୁହାଯାଉଥିବାବେଲେ ଡାକ୍ତରଖାନାରେ ଚରମ ଅବ୍ୟବସ୍ଥା । ରୋଗୀ ଡାକ୍ତରଖାନା ବାରଣ୍ଡାରେ ପଡି ଚିକିତ୍ସାର ସୁବିଧାରୁ ବଂଚିତ ହେଲାବେଳେ ସରକାର ଶ୍ରେଷ୍ଠ ସାସ୍ଥ୍ୟ ସେବା ଯୋଗଇ ଦେଉଛନ୍ତି ବୋଲି ପ୍ରଚାର ହେଉଛି । ବିଜେଡି ଶାସନରେ ଯୁବକମାନେ ନିଯୁକ୍ତି କଥା ଭୁଲି ଗଲେଣି। ପ୍ରଭାରୀ ଅଶ୍ବିନୀ ଜେନା ହାତୀ, ବାର୍ହା ଓ ମାଙ୍କଡ ସମସ୍ୟା ନେଇ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ହାତୀ ଆମର ସାଥୀ ବୋଲି ସରକାର କାନ୍ଥରେ ଲେଖନ୍ତି । ହାତୀ ଘରେ ପଶି ମଣିଷ ମାରୁଛି। ହାତୀ ମଣିଷ ଲଢେଇର ସମାପ୍ତି କରିପାରୁନଥିବା ସରକାରଙ୍କୁ ଓଡିଶା ଶାସନରୁ ତଡିବାକୁ ପଡିବ । ଢେଙ୍କାନାଳରୁ ଆରମ୍ଭ ହୋଇଥିବା ମୋ-ଦଳ ଅଭିଯାନରେ କିଭଳି ଶହଶହ କର୍ମକର୍ତା ସାମିଲ୍ ହୋଇ ମୋ-ଦଳକୁ ନବୀନଙ୍କ ବିକଳ୍ପ ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ସାହୁ, ସୁଧାକର ପରିଡା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରେବତୀ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ହାତୀ, ବାର୍‌ହା, ମାଙ୍କଡଙ୍କ ସମସ୍ୟା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଆହ୍ବାନ ଦେଇଥିଲେ । ମୋ-ଦଳର କର୍ମକର୍ତା ଭାବେ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରହଲ୍ଲାଦ ସାହୁ-ଜିଲ୍ଲା ସଭାପତି, ଚନ୍ଦ୍ରମଣୀ ବରାଳ-ଜିଲ୍ଲା ସଂଯୋଜକ କୃଷକ ସଂଗଠନ, ରେବତୀ ବେହେରା-ଜିଲ୍ଲା ମହିଳା ସଭାନେତ୍ରୀ, ସୁଧାକର ପରିଡା – ସଂପାଦକ, ଦିବ୍ୟଜ୍ୟୋତି ନାୟକ ଜିଲ୍ଲା କର୍ଯ୍ୟକାରୀ ସଭାପତି, ପର୍ଶୁରାମ ମହାଭୋଇ – ସଂପାଦକ, ପ୍ରେମଲତା ରାଉତ – ବ୍ଲକ୍ ସଭାନେତ୍ରୀ, ଓଡାପଡା, ସହସଭାନେତ୍ରୀ ସରସ୍ୱତୀ ରାଉତ ଜିଲ୍ଲା କମିଟି ସଭ୍ୟ ଭାବେ ମଳୟ ସାହୁ, ରଘୁନାଥ ସିଂ, ଭାଗିରଥୀ ସାହାଣୀ, ଅର୍ଜୁନ ଚରଣ ସାହୁ, ଲକ୍ଷ୍ମୀଧର ସାହୁ, ନିତ୍ୟାନନ୍ଦ ମଲ୍ଲିକ ପ୍ରମୁଖଙ୍କୁ ନିଆଯାଇଥିଲା। ଆଜିର ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଭୟ ନାୟକ, ଶ୍ରୀପତି ପ୍ରଧାନ, ଗନ୍ଧର୍ବ ସାହୁ, ଅନ୍ତର୍ଯ୍ୟାମୀ ବରାଳ, ନୀଳମଣି ବରାଳ ପ୍ରମୁଖଙ୍କ ସହ ଶତାତ୍ଵିକ କର୍ମୀ ଯୋଗଦେଇ ଜିଲ୍ଲା ସମ୍ମିଳନୀକୁ ସଫଳ କରିଥିଲେ ।

Recent Post

Live Cricket Update