ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସହଭାଗିତାରେ ଓ୍ବାଟର କୁଲର୍ ଲୋକାର୍ପଣ

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସହଭାଗିତାରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରର ଗିରିଦୁର୍ଗା ମନ୍ଦିର ପରିସରରେ ଏକ ଓ୍ବାଟର ପ୍ୟୁରିଫାୟର ଓ କୁଲର୍ ସ୍ଥାପନ କରାଯାଇଛି। ଆଜି ସ୍ଥାନୀୟ ବିଧାୟକ ମାନ୍ୟବର, ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା, ଶ୍ରୀମତୀ ଶ୍ରୀମୟୀ ଶ୍ଵେତା ସ୍ନିଗ୍ଧା ମିଶ୍ର, ତୀର୍ଥଯାତ୍ରୀ ଯୋଜନା ଉପଦେଷ୍ଟା, ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ, ସ୍ଥାନୀୟ କର୍ପୋରେଟର, ରାଜ୍ୟ ଶ୍ରମ ବିଭାଗ ଓ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବରିଷ୍ଠ ଅଧିକାରୀମାନଙ୍କ ସମେତ ଗିରିଦୁର୍ଗା ମନ୍ଦିରର ଟ୍ରଷ୍ଟି, ଶ୍ରୀଯୁକ୍ତ ସ୍ବରୂପ ମହାନ୍ତି, ମନ୍ଦିର କମିଟି ସମ୍ପାଦକ, ଶ୍ରୀଯୁକ୍ତ ଜନକ ମିଶ୍ର ଓ ଗିରିଦୁର୍ଗା କ୍ଲବର ସଦସ୍ୟ ଉପସ୍ଥିତିରେ ଏହି ଓ୍ବାଟର କୁଲର୍ ଲୋକାର୍ପଣ ହୋଇଛି। ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକମାନେ ଏହି ଓ୍ବାଟର କୁଲର୍ ପାଇଁ ଦାବି କରି ଆସୁଥିଲେ।

Recent Post

Live Cricket Update

You May Like This