ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ପିତାମାତାଙ୍କ ସହଭାଗିତା ବୈଠକ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ପିତାମାତାଙ୍କ ସହଭାଗିତା ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ତେର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଂଜନ ସାହୁ, ସମ୍ମାନିତ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଭାପତି ସୁରେନ୍ଦ୍ର ହେମ୍ବ୍ରମ୍, ଜିଲ୍ଲା ପରିଷଦ ସଭ୍ୟ ବିଭୁତି ଭୁଷଣ ଭୋଇ, ସୋରିଷିଆପଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ରାଉତ , ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଗଁଦିଆ ସଚ୍ଚିଦାନନ୍ଦ ପ୍ରୁଷ୍ଠି, ସମିତି ସଭ୍ୟା ଦଶମାକାଲୁଣ୍ଡିଆ
ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନସୀ ଦାସ ପରିଦର୍ଶିକା ଲୀଳାବତୀ ସାହୁ ସ୍ବାସ୍ଥ୍ୟ ପରିଦର୍ଶିକା ଜାନକୀଖଣ୍ଡୁଆଲ, କ୍ରୁଷି କର୍ମଚାରୀ ପ୍ରଶାନ୍ତ ରାଉତ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ‌ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଯୋଗଦାନ କରିଥିଲେ ଓ ଗୁଣାତ୍ମକ ଶିକ୍ଷାଦାନ, ଅନୁଶାସନ ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟ ର ଅନ୍ୟତମ ଶିକ୍ଷକ ନିରଞ୍ଜନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଦିନେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ଅଙ୍ଗନବାଡ଼ି କର୍ମଚାରୀ ମାନେ ସହଯୋଗ କରିପାରିଥିଲେ। ସଫଳ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Recent Post

Live Cricket Update

You May Like This