ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ ସଂଘ,ପାଠ ପଢା ଠପ୍

ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ ସଂଘ,ପାଠ ପଢା ଠପ୍

ବରଗଡ଼:-(୧୫.୯)ଦୀର୍ଘ ବର୍ଷର ଦାବୀ କୁ ନେଇ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ଅତାବିରା ବ୍ଲକ ର ସମୂହ ପ୍ରାଥମିକ ଶିକ୍ଷକ ଅତାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ଭୁଖରେ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ବଳନ ପୂର୍ବକ ମାଲ୍ୟାର୍ପଣ କରିବା ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୩ଦଫା ଦାବୀ କୁ ନେଇ ତଥା ଏଲିମେଣ୍ଟେରି ଶିକ୍ଷା ବିଭାଗରୁ ଠିକା ନିଯୁକ୍ତି ପ୍ରଥା କୁ ଉଚ୍ଛେଦ ସହ ୬ଟି ନୋସନାଲ ଇନ୍ କ୍ରୀମେଣ୍ଟ ପ୍ରଦାନ ତଥା କାର୍ଯ୍ୟରତ ସମସ୍ତ ଜେଟି,ଜେଟିସି, ପିଟିଆଇ ଙ୍କୁ ନିୟମିତ କରିବା,ଏସ୍କ କେଡର ଶିକ୍ଷକଙ୍କୁ ଏଲିମେଣ୍ଟେରି କେଡର୍ ରେ ଭୂକ୍ତ କରିବା,ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କେନ୍ଦ୍ରୀୟ ଉପଯୁକ୍ତ ଦରମା ପ୍ରଦାନ ଓ ନୂତନ ପେନସନ ବଦଳରେ ପୁରୁଣା ପେନସନ ପ୍ରଦାନ କରିବା ଭଳି ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣା ବସି ରଣ ହୁଙ୍କାର କରିଥିଲେ।ରାଜ୍ୟ ସରକାର ଅଗଷ୍ଟ ୫ ଗୁରୁଦିବସ ରେ ସମୂହ ପ୍ରାଥମିକ ଶିକ୍ଷକ ମାନଙ୍କ ଦାବୀ କୁ ପୂରଣ କରିବାକୁ ଯାଇ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି।ମାତ୍ର ସେଭଳି କିଛି ପଦକ୍ଷେପ ନନେଇ ପ୍ରତିଶ୍ରୁତି ପାଣିର ଗାର ପାଲଟି ଶିକ୍ଷକ ସମାଜକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ କରି ଦୁର୍ବଳ କରି ନୂଆଁ ନୂଆଁ ରୂପ ଦେଇ ଚାଲିଛନ୍ତି।ଯାହାକୁ ନେଇ ଶିକ୍ଷକ ସଂଘ ଦାବୀ ପୂରଣ ପାଇଁ ଅଡି ରହି ଯେ ପର୍ଯ୍ୟନ୍ତ ନ୍ୟାର୍ଯ୍ୟ ଦାବୀ ପୂରଣ ନହେବ ସେପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଶିକ୍ଷା କାର୍ଯ୍ୟାଳୟ ସମ୍ବୁଖରେ ଧାରଣା ଦେବେ ବୋଲି ଅଣ୍ଟା ଭିଡିଛନ୍ତି।ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ନିଜର ସର୍ବସ୍ବ ସମର୍ପି ଦେଇଥିବା ଶିକ୍ଷକ ମାନଙ୍କ ପ୍ରତି ଅଣଦେଖା ନକରି ତୁରନ୍ତ ଦାବୀ ପୂରଣ କରିବାକୁ ଗର୍ଜନ କରିଛନ୍ତି।ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।

Recent Post

Live Cricket Update