ଝାରସୁଗୁଡା ଜିଲ୍ଲା, ଲଖନପୁର ବ୍ଲକ, କନକତୁରା ରେ ରାସ୍ତା ଅବରୋଧ
ଲାରା ଏନଟିପିସି ସିଏସଆର ପାଣ୍ଠି ବିନିଯୋଗ ପ୍ରସଙ୍ଗ
ପ୍ରଭାବିତ ଅଞ୍ଚଳବାସୀଙ୍କ ଏନଏଚ ୪୯ ଅବରୋଧ
ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁଷୌର ବ୍ଲକ ଅନ୍ତର୍ଗତ ଲାରା ଏନଟିପିସି ଦ୍ୱାରା ପ୍ରଭାବିତ ଓଡ଼ିଶା ସୀମାନ୍ତ ୭ ଟି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ସିଏସଆର ପାଣ୍ଠି ବିନିଯୋଗ କରୁନାହିଁ । ଏ ପ୍ରସଙ୍ଗକୁ ନେଇ ଆଜି ଲଖନପୁର ବ୍ଲକର ପ୍ରଭାବିତ ଭିକମପାଲି,ବାଦୀମାଲ, କନକତୋରା, ପିଥିଣ୍ଡା, ଚାରପାଲି, ରେମତା ଏବଂ କଣ୍ଡେଇକେଲା ଗ୍ରାମ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିଙ୍କ ସମେତ ଅଞ୍ଚଳବାସୀ କନକତୋରା ଛକରେ ଏନ ଏଚ ୪୯ କୁ ସକାଳ ୯ ଟାରୁ ଅବରୋଧ କରିଛନ୍ତି । ଯାହା ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟା ରେ କେବଳ ଭାରିଯାନ ଗୁଡ଼ିକ ଅଟକି ରହିଥିବା ବେଳେ ଯାତ୍ରୀବାହୀ ବସ, ଚାରି ଓ ଦୁଇ ଚକିଆ ଏବଂ ଆପାତ କାଳୀନ ଯାନ ବାହନ ଗୁଡିକ ଅନାୟାସରେ ଯାତାୟାତ କରୁଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କନକତୋରା ସରପଞ୍ଚ ସୁଶାନ୍ତ ଚଇନି ପ୍ରକାଶ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ରେଙ୍ଗାଲି ଥାନାଧିକାରୀ କମଳ ଲୋଚନ ବେହେରା ଙ୍କ ନେତୃତ୍ୱରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଛି ।