ହିନ୍ଦୀ ଦିବସ ପାଳିତ

ହିନ୍ଦୀ ଦିବସ ପାଳିତ

ଢେଙ୍କାନାଳ, ୧୫/୯: ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଅଛି । ଏହି ଦିବସରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସଂଗୀତ ଓ ବକ୍ତୃତା ମାଧ୍ୟମରେ ହିନ୍ଦୀ ଦିବସର ଯଶଗାନ କରିଥିଲେ । ଛାତ୍ରଛାତ୍ରୀମାନେ ଏହି ଦିବସରେ ହିନ୍ଦୀ ଭାଷାରେ କବିତା ପାଠ କରିଥିଲେ । ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ହେଇଥିବା ବିଭିନ୍ନ ପ୍ରତିଯୋଗିତାରେ ପିଲାମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଏହି ଦିବସଟିରେ ରାଷ୍ଟ୍ରୀୟଭାଷା ହିନ୍ଦୀ ଭାଷାର ଗୁଣଗାନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂତିଆ ଏବଂ ହିନ୍ଦୀ ଶିକ୍ଷୟିତ୍ରୀ ଉର୍ମିଳା କର ସଭାକୁ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Recent Post

Live Cricket Update