(ଅଲ ଓଡିଶା ପେନସନସ ଆଶୋସିଏସନ ଜଗତସିଂହପୁର
ପକ୍ଷରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୁର୍ଣ ଗଣ ଧାରଣା )
ଜଗତସିଂହପୁର
ତା =15/9/23
ଅଲ ଓଡିଶା ପେନସନର୍ସ ଆସୋସିଏସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ୪ଦଫା ଦାବିନେଇ ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଶାନ୍ତିପୂର୍ଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ଶାଖା ସଭାପତି କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ରୁ ଶତାଧିକ ପେନସନ ହିତାଧିକାରୀମାନେ ଧାରଣାସ୍ଥଳରେ ଉପସ୍ଥିତ ରହି ସରକାର ପେନସନ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା | ସର୍ଵନିମ ପେନସନ ଏକ ହଜାରରୁ ନଅ ହଜାର ଟଙ୍କାକୁ ବୃଦ୍ଧି କରିବା ସହିତ ଇପିଏଫ ବୃଦ୍ଧି କରିବା ,| ସୁପ୍ରିମକୋର୍ଟ ଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବା ଓ ସାମାଜିକ ନିରାପତ୍ତା ପ୍ରଦାନ କରିବା ଆଦି ଦାବି ନେଇ ଏକ ଦାବିପତ୍ର ଜିଲା ପାଳଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ବିଭୁତି ଭୂଷଣ ପରିଜା ,ରାମଚନ୍ଦ୍ର ପାତ୍ର ,କୈଳାଶ ଚନ୍ଦ୍ର ରାୟ ,ସରୋଜ କୁମାର ମହାନ୍ତି ,ଶିବରାମ ଦାସ ,ସୌଦାମିନୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ