ରାମକୀ କମ୍ପାନୀର ଜନ ଶୁଣାଣିର ବିରୋଧରେ ଜନ ସମୁଦ୍ର
ରାମକୀ କମ୍ପାନୀର ଜନ ଶୁଣାଣିକୁ ତୀବ୍ର ବିରୋଧ ପରେ ବାତିଲ ଘୋଷିତ
ରାମକୀ କମ୍ପାନୀର ପ୍ରସ୍ତାବିତ ପ୍ରକଳ୍ପ ସମ୍ପୂର୍ଣ୍ଣ ବନ୍ଦ ନହେଲେ ଜନ ଆନ୍ଦୋଳନ ତୀବ୍ରତର ହେବ
ମାନବ ସଭ୍ୟତାର ବିନାଶ ପାଇଁ ଯୋଜନା କରାଯାଉଛି
ଲଖନପୁର,୧୫ା୯: ଝାରସୁଗୁଡ଼ା ଜିଲା ଲଖନପୁର ମୌଜା ଅଂଚଳରେ ରାମକୀ ଏନ୍ଭିରୋ
ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ରସ୍ତାବିତ ସମନ୍ୱିତ ସାଧାରଣ କ୍ଷତିକାରକ ବର୍ଜବସ୍ତୁ
ପରିଚାଳନା, ସଂରକ୍ଷଣ ଓ ନିଷ୍କାସନ ପ୍ରକଳ୍ପକୁ ଅଂଚଳବାସୀ ତୀବ୍ର ବିରୋଧ କରିଛନ୍ତି । ଏନେଇ
ଆଜି ସେପ୍ଟେମ୍ବର ୧୫ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ଲଖନପୁର ସ୍ଥିତ ଓଡ଼ିଶା ଆଦର୍ଶ
ବିଦ୍ୟାଳୟର ପଡ଼ିଆରେ ଜନ ଶୁଣାଣି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା ।
ତେବେ ଏହାର ପ୍ରତିବାଦରେ ଅଂଚଳର ହଜାରେରୁ ଅଧିକ ଲୋକ ସାମିଲ ରହି ଏହାକୁ ତୀବ୍ର
ବିରୋଧ କରିଥିଲେ । ପଡ଼ିଆର ଗେଟ ସମ୍ମୁଖରେ ଶୁଭିଥିଲା ଲୋକଙ୍କ ବିରୋଧା ସ୍ୱର ରାମକୀ
କମ୍ପାନୀ ଗୋ ବେକ୍ ଗୋ ବେକ୍, ପ୍ରସ୍ତାବିତ ବର୍ଜବସ୍ତୁ ପରିଚାଳନା ପ୍ରକଳ୍ପ ବନ୍ଦ କର ବନ୍ଦ କର, ନ
ହେଲେ ନିଆଁ ଜଳିବ ନିଆଁ ଜଳିବ ବୋଲି ବିଭିନ୍ନ ସ୍ଲୋଗାନ ଦେଇ ଲୋକେ ଏହାକୁ
ଅଂଚଳବାସୀ ତୀବ୍ର ପ୍ରତିବାଦ କରି ପଡ଼ିଆର ମୁଖ୍ୟ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ।
ଏପରିକି ସକାଳ ୧୦ଟାରୁ ମଂଚକୁ ପ୍ରଶାସନିକ ଅଧିକାରୀ, ରାମକୀ କମ୍ପାନୀର ଅଧିକାରୀ ଓ ଅନ୍ୟ
କାହାରିକୁ ବିରୋଧକାରୀ ଛାଡ଼ିନଥିଲେ । ଘଟଣା ସ୍ଥଳରେ ସମ୍ପୂର୍ଣ୍ଣ ଆଇନ ଶୃଙ୍ଖଳା ପରିସ୍ଥିତ
ଦେଖାଦେଇଥିଲା । ପୁଲିସ ଓ ବିରୋଧକାରୀଙ୍କ ଧସ୍ତାଧୁସ୍ତିରେ ଜୁନିଏନ ଗ୍ରାମର ବାସନ୍ତୀ ମୁଣ୍ଡା
(୩୫) ଓ ସଂଗୀତା ବାଗ (୨୩) ଆହତ ହୋଇ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ
ହେଉଥିବା ବେଳେ ଆହତ ପ୍ରାୟ ୯ ଜଣ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା କରାଯାଇଥିବା ପ୍ରକାଶ ।
ପୁଲିସ ଶେଷରେ ସାମାନ୍ୟ ଲାଠି ଚାଲନା କରି ବଳ ପୂର୍ବକୁ ମଂଚକୁ ପସିଥିଲା । ଅପରାହ୍ନ
ପ୍ରାୟ ୪ଟାରେ ଧାରଣା ସ୍ଥଳରୁ ପୁଲିସ ୩୭ ଜଣ ମହିଳା ଓ ୩୫ ଜଣ ପୁରୁଷ ମିଶି ୭୨ ଜଣ
ବିରୋଧକାରୀଙ୍କୁ ପ୍ରତିଶେଧମୂଳକ ଗିରଫ କରି ଅନ୍ୟତ୍ର ଅଟକ ରଖିବା ସହ ପରେ ସନ୍ଧ୍ୟାରେ ଛାଡ଼ି
ଦେଇଥିବା ପ୍ରକାଶ । ପୁଲିସ ଉତେଜନା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେଣୁ ଏହି ଜନ
ଶୁଣାଣିକୁ ସନ୍ଧ୍ୟା ପ୍ରାୟ ସାଢ଼େ ୪ଟା ମଧ୍ୟରେ ପ୍ରଶାସନ ପକ୍ଷରୁ ଉପସ୍ଥିତ ଅତିରିକ୍ତ ଜିଲାପାଳ
ବ୍ରଜବନ୍ଧୁ ଭୋଇ ଏହାକୁ ବାତିଲ ଘୋଷଣା କରିଥିଲେ । ଏହାକୁ ତୀବ୍ର ବିରୋଧ କରି
ଅଂଚଳବାସୀ କହିଛନ୍ତି ଜୀବନ ପଛେ ହାରିବୁ ହେଲେ ଜଙ୍ଗଲ ଜମି ଛାଡ଼ିବୁ ନାହିଁ ବୋଲି ନିଜ
ଜିଦ୍ରେ ଅଟଳ ରହିଛନ୍ତି । ରାମକୀ କମ୍ପାନୀର ପ୍ରସ୍ତାବିତ ଏହି ପ୍ରକଳ୍ପ ଅଂଚଳରେ ସମ୍ପୂର୍ଣ୍ଣ ବନ୍ଦ
କରାନଗଲେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ଏନେଇ
ବିରୋଧକାରୀଙ୍କ ମଧ୍ୟରେ ଜିଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ
ତିହିରିଆ, ଲଖନପୁର ସରପଞ୍ଚ ଆରତୀ ପଧାନ, କୁଡ଼ାଲୋଇ ସରପଞ୍ଚ ସନାତନ ନାୟକ,
ସଂଗ୍ରାମୀ ବିରଂଚି ସାହୁ, ଗୋପୀନାଥ ମାଝୀ, ଗୌତମ ପଧାନ, ରଘୁନନ୍ଦନ ପଣ୍ଡା, ପୀତାମ୍ବର
ମିଶ୍ର, ପୁରୁଷୋତମ ଜୟସ୍ୱାଲ, ରାଧେଶ୍ୟାମ ପ୍ରଧାନ, ଗୁଣସାଗର ମାଝୀ, ନେତ୍ରାନନ୍ଦ ସାହୁ,
ଘନଶ୍ୟାମ କିଶାନ, ଅମିନ ଖାନ, ସୁରେନ୍ଦ୍ର ସାହୁ, କୁମାର ନାଶିର ଖାନ, ରାଜକୁମାର ସାହୁ
ପ୍ରମୁଖ ସାମିଲ ରହିଥିଲେ । ସେହିପରି ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଇ,
ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଝାରସୁଗୁଡ଼ା
ଆଂଚଳିକ ଅଧିକାରୀ ହିରଣ୍ୟ ନାୟକ, ଅନୁଷ୍କା ଏକ୍କା, ରାମକୀ କମ୍ପାନୀର ଅଧିକାରୀ,
ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ଡିଏସପି ନାରାୟଣ ଚନ୍ଦ୍ର ବାରିକ, ଡିଏସପି ନିର୍ମଳ
ମହାପାତ୍ର, ଲଖନପୁର ଆଇଆଇସି ସନ୍ଧ୍ୟାରାଣୀ ଜେନା ପ୍ରମୁଖଙ୍କ ସମେତ ପୁଲିସ ଫୋର୍ସ ମୁତୟନ
କରାଯାଇଥିଲା ।