ଓଡ଼ିଶା ପତ୍ରକାର ସଂଘର ୧୪ ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ପତ୍ରକାର ସଂଘର ୧୪ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର,୧୫।୯

ସାମ୍ବାଦିକମାନେ ନିର୍ଭାକ, ସତ୍ୟନୀଷ୍ଠ ଓ କର୍ତ୍ତବ୍ୟ ପରାୟଣ ହେବା ଆବଶ୍ୟକ। ଜଣେ ଭଲ ମଣିଷ ନ ହେଲେ ସେ କେବେ ଭଲ ସାମ୍ବାଦିକଟିଏ ହୋଇପାରିବ ନାହିଁ ବୋଲି ପୂର୍ବତନ ସାଂସଦ ତଥା ଯୋଜନା ବୋର୍ଡର ସଦସ୍ୟ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ କହିଛନ୍ତି। ଶୁକ୍ରବାର ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଓଡ଼ିଶା ପତ୍ରିକାର ସଂଘର ୧୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ୟ ଭାବେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି, ମୁଖ୍ୟବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. କୁମରବର ଦାସ, ପୂର୍ବତନ ପ୍ରଶାସକ ନିରଞ୍ଜନ ସାହୁ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ୮ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବଦ୍ଧିତ କରାଯାଇଥିଲା।

Recent Post

Live Cricket Update

You May Like This