(ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ ଆର ଆଇ ଙ୍କୁ କଲା ଗିରଫ)
ଜଗତସିଂହପୁର
ତା =16/9/23
ବାଲିକୁଦା ତହସିଲ ଅନ୍ତର୍ଗତ ବାହାରଣା ସର୍କଲ ଆରଆଇ ରମାକାନ୍ତ ବେହେରା ଶାରଣା ଗ୍ରାମର ନିକୁଞ୍ଜ କିଶୋର ସ୍ବାଇଁଙ୍କର ଜମିବାଡ଼ି କେସ ଫଇସଲା କରିଦେବା ପାଇଁ 4 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଏବଂ ଜଗତସିଂହପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢ଼ାଉ କରି ଗିରଫ କରିଛନ୍ତି |ଏଥି ସହିତ ବାହାରଣା ଆର ଆଇ କାର୍ଯ୍ୟଳୟ ସମେତ କିଶୋରନଗର ସ୍ଥିତ ଭଡାଘର ଓ କଣ୍ଟିଲୋସ୍ଥିତ ପୈତୃକ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ