(ମାଗଣା ସ୍ଵାସ୍ତ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ )
ଜଗତସିଂହପୁର
ତା =16/9/23
ରାହାମା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା ମଦର ଟେରେସା ଫାଉଣ୍ଡେସନ | ଉତ୍କଳ ହସ୍ପିଟାଲ | ଏ ଏସ ଜି ଆଇ ହସ୍ପିଟାଲ ର ମିଳିତ ସହଯୋଗ ରେ ଜ଼ିଲ୍ଲା ସ୍ତରୀୟ ମାଗଣା ମେଗା ସ୍ଵାସ୍ତ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଓଡିଶା ମଦର ଟେରେସା ଫାଉଣ୍ଡେସନ ସଭାପତି ବରିଷ୍ଟ ସାମ୍ବାଦିକ ଡକ୍ଟର ସୁନାକାର ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପ୍ରଦୀପ ପ୍ରଯ୍ୟଳନ କରି ମେଗା ସ୍ଵାସ୍ତ୍ୟ ଓ ଚକ୍ଷୁ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ପାରାଦ୍ୱୀପ ଅତିରିକ୍ତ ଜ଼ିଲ୍ଲାପାଳ ଲଗ୍ନଜିତ ରାଉତ | ବ୍ୟାସ ଫାଉଣ୍ଡେସନ ସଭାନେତ୍ରୀ ସ୍ନେହମୟୀ ଆଚାର୍ଯ୍ୟ | ସଂମ୍ମାନିତ ଅତିଥିଭାବେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାସ |ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ | କୁଜଙ୍ଗ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଡାକ୍ତର ପ୍ରସନ୍ନ କୁମାର ପଣ୍ଡା, ସମାଜସେବୀ ସୁଇଟି ସାହୁ
ପ୍ରମୁଖ ଯୋଗଦେଇ ସ୍ବାସ୍ୟ ସେବା ଭଳି ମହତ ସେବା ର ଆୟୋଜନ କରିଥିବା ସମସ୍ତ କର୍ମକର୍ତା ଙ୍କ ସାଧୁ ଉଦ୍ୟମ କୁ ତାରିଫ କରିଥିଲେ | ଶେଷରେ ମଦର ଟେରେସା ଫାଉଣ୍ଡେସନ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ସ୍ମୁତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ରୋଗୀ ସେମାନଙ୍କ ସ୍ଵାସ୍ତ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା | ସ୍ଥାନୀୟ ଅଞ୍ଚଳ ର ସମସ୍ତ ଜନ ପ୍ରତିନିଧି ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
