ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଅନୁଗୋଳ ୧୫ା/୯ ଆଜି ନାଲକୋନଗର ସ୍ଥିତ ନେସ କାର୍ଯ୍ୟାଳୟର ସଭାଗୃହଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଜିଲ୍ଲାର ପ୍ରଭାରୀ ତଥା ମଂଚାସୀନ ନେତୃତ୍ୱଙ୍କ ଦ୍ୱାରା ପ୍ରଥମେ ପ୍ରଦୀପ ଫଜ୍ଜୋଳନ କରାଯିବା ପରେ ବଁଅରପାଳଠାରେ ରାସ୍ତା ଦୁର୍ଘଟଣାରେ ପ୍ରଣ ହରାଇଥିବା ସ୍କୁଲ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ତଥା ପ୍ରଭାରୀ ଓ ଜିଲ୍ଲା ସଭାପତିଙ୍କ ଦ୍ୱାରା ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କର୍ମକର୍ତା ଓ ଜିଲ୍ଲାରୁ ପ୍ରଦେଶ କଂଗ୍ରେସରେ ନବ ନିଯୁକ୍ତ କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଗୋଳ ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ବିମଳ ବେହେରା ଜିଲ୍ଲା କଂଗ୍ରେସ ଦ୍ୱାରା ସଂପାଦିତ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ର ନିଜର ବକ୍ତବ୍ୟରେ କଂଗ୍ରେସ ଏ ଦେଶରୁ ଇଂରେଜମାନଙ୍କୁ ବିତାଡିତ କରିଥିଲା ଏବଂ ଆଜି ଦେଶର ଅଖଣ୍ଡତା ଓ ଭାଇଚାରା ବିପନ୍ନ । କେନ୍ଦ୍ର ଓ ରାଜ୍ୟ ସରକାର ଅନୁଗୋଳବାସୀଙ୍କୁ ପ୍ରତାରଣା କରୁଛନ୍ତି । ଜିଲ୍ଲାରୁ ସିଂହ ଭାଗ ରାଜସ୍ୱ ନେଉଥିବା ବେଳେ ଜିଲ୍ଲାର ମୌଳିକ ସେବା ପ୍ରତି ଦୃଷ୍ଟି ଦେଉନାହାନ୍ତି । ତାଳଚେର ମେଡିକାଲ କଲେଜ କେନ୍ଦ୍ରରେ ଉପା ସରକାର ଆରମ୍ଭ କରିଥିଲେ ଓ ୫୦୦ କୋଟି ଟଙ୍କା ପ୍ରରମ୍ଭିକ ପ୍ରଦାନ କରି କାର୍ଯ୍ୟାରମ୍ଭ କରିଥିଲେ । ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାର ଏହି ମେଡିକାଲ କଲେଜକୁ ପୁର୍ଣ୍ଣାଙ୍ଗ କରି ଚାଲୁ କରିବାକୁ ଅକ୍ଷମ ହୋଇ ପଡିଛନ୍ତି । ଘଂଟପଡା ଓଭରବ୍ରିଜର ନିର୍ମାଣ କାର୍ଯ୍ୟ ୨୦୨୦ ସୁଦ୍ଧା ସରିବା ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ତାହା ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିଲା ନାହିଁ । ଜିଲ୍ଲା ଖଣିଜ ପାଣ୍ଠି ଓ ସି.ଏସ.ଆର ଫଣ୍ଡରୁ ଆର.ଡବ୍ଲ୍ୟୁ.ଏସ.ଏସ.କୁ ୧୩୦୦କୋଟି ଟଙ୍କା ଦିଆଯାଇଥିଲେ ମଧ୍ୟ ଲୋକେ ଏ ପର୍ଯ୍ୟନ୍ତ ପିଇବା ପାଇଁ ପାଣି ଟୋପାଏ ପାଉ ନାହାନ୍ତି । ଅନୁଗୋଳ ଜିଲ୍ଲାର କୋଇଲା ଖଣିରେ ପରିବହନ ହେଉଥିବା କୋଇଲା ରେଳ ୱାଗନରେ ପାଲ ଭିଡା ନ ଯାଇ ସେହି ବାବଦକୁ ମାସକୁ ପ୍ରାୟ ୧୫୦ କୋଟି ଟଙ୍କା ହରିଲୁଟ ହେଉଥିବା ଜଣାପଡିଛି । ଟ୍ରକରେ ଓଭରଲୋଡିଂ କରି କୋଇଲା ମାଫିଆ ମାଲାମାଲ ହେଉଥିବା ବେଳେ ଜିଲ୍ଲାର ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇ ପଡୁଥିବା ବେଳେ କେହି କର୍ଣ୍ଣ ଗୋଚର କରୁନାହାନ୍ତି । ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ । ସରକାରୀ ସ୍କୁଲ କଲେଜରେ ଶି କ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ରାସ୍ତାର ଦୁରାବସ୍ଥା ପାଇଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଜିଲ୍ଲାରେ କୋଇଲା ମାଫିଆ, ସରକାରୀ ଦଳ ରାଜନେତା ଓ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ଚାଲିଥିବା ବେଳେ ଜିଲ୍ଲା ବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହୋଇ ପାରୁନି ବୋଲି ପ୍ରକାଶ କରିଥିଲେ । ବଅଁରପାଳ ହାଇସ୍କୁଲର ଛାତ୍ରଛାତ୍ରୀମାନେ ମୃତ ଛାତ୍ରୀକୁ ନ୍ୟାୟ ମିଳିବା ପାଇଁ ଓ ରାଜରାସ୍ତାର ଦୁରାବସ୍ଥା ପାଇଁ ଯେଉଁଭଳି ଭାବେ ଆନେ୍ଦାଳନ କଲେ ଓ ସ୍ଥାନୀୟ ଜନ ସାଧାରଣଙ୍କ ଅଦ୍ଭୁତ ସହଯୋଗ ଜିଲ୍ଲା ପ୍ରଶାସନ ଓ ରାଜନେତାଙ୍କ ନିଦ ହଜାଇ ଦେଇଥିଲା , ଫଲରେ ପ୍ରତିଶୋଧ ପରାୟଣ ହୋଇ ଜିଲା ପ୍ରଶାସନ ଯେଭଳି ଭାବେ ନିରୀହ ଜନତା ଓ କୋମଳମତି ଛାତ୍ରଛାତ୍ରୀଙ୍କ ନାମରେ ମିଥ୍ୟା କେସ ଦେଇଛି, ତାହାକୁ ଜିଲ୍ଲା କଂଗ୍ରେସ ନିନ୍ଦା କରିବା ସହ ପ୍ରଶାସନ ଯଦି ସେହି ମିଥ୍ୟା କେସଗୁଡିକୁ ଯଥାଶୀଘ୍ର ପ୍ରତ୍ୟାହାର କରି ନ ନିଏ ତେବେ ଜିଲ୍ଲା କଂଗ୍ରେସ ଆନେ୍ଦାଳନାତ୍ମକ ପଦକ୍ଷେପ ନେବ ବୋଲି ସଭାପତି ଶ୍ରୀ ମିଶ୍ର କହିଥିଲେ । ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ତଥା ଜିଲ୍ଲା ପ୍ରଭାରୀ ପ୍ରକାଶ ମିଶ୍ର ସମସ୍ତ କର୍ମକର୍ତାମାନଙ୍କୁ ନିଷ୍ଠାର ସହ କାର୍ଯା କରି ପୁଣି କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ଜନ ସାଧାରଣଙ୍କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟ କରିବା ସହ କେନ୍ଦ୍ରର ମୋଦିୀ ସରକାର ଓ ରାଜ୍ୟର ନବୀନ ସରକାରଙ୍କ ଜନ ବିରୋଦ୍ଧୀ କୁଶାସନର ପ୍ରଚାରପତ୍ର ନେଇ ଗ୍ରାମାଭିମୁଖୀ ହେବାକୁ ନିବେଦନ କରିଥିଲେ । ଆଜିର କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ଅମୁଲ୍ୟ ବେହେରା, କଣିହାଁ ବ୍ଲକ ସଭାପତି ସୁଶାନ୍ତ ଶଶିକାନ୍ତ ସାମଲ, ତାଳଚେର ବ୍ଲକ ସଭାପତି ଜ୍ଞାନରଂଜନ ପାଣି, ଜିଲ୍ଲା କଂଗ୍ରେସଉପସଭାପତି ଉମେଶ ପ୍ରଧାନ, କେଶବ ଭୁତିଆ, ରାଜକିଶୋର ସାହୁ, ଚିତରଂଜନ ନାୟକ, ଉମେଶ ସାହୁ, ପ୍ରଫୁଲ୍ଲ ଦାସ, ପ୍ରବୋଧ ସ୍ୱାଇଁ, ଦିଲ୍ଲିପ ମିଶ୍ର, ସତ୍ୟଜିତ ସାହୁ, ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା କଂଗ୍ରେସର ଅନ୍ୟତମ ଉପସଭାପତି ଦୁଷ୍ମନ୍ତ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ନାଥ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।