କେନ୍ଦୁଝର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ବଲାଣିସ୍ଥିତ ” ଝିଙ୍କ୍ରା ” ଜଳ ପ୍ରପାତ ।
କେନ୍ଦୁଝର ଜିଲ୍ଲା ଏକ ବଣଜଙ୍ଗଲ ପରିବେଷ୍ଟିତ ପାହାଡ ପରିବେଷ୍ଟିତ ଓ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ପ୍ରାକୃତିକ ସୋନ୍ଦର୍ଯ୍ୟ ପରିବେଶ ରହିଅଛି। ଏବଂ ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ନଦୀ ଓ ଝରଣା ବୋହିଯାଉଥିବା ଦେଖାଯାଏ। ଏବଂ ଏମିତି କିଛି ପ୍ରାକୃତିକ ମାଧୂର୍ଯ୍ୟ ରହିଛି ଯାହାକି ସଂପୂର୍ଣ୍ଣ ଭାବେ ଲୋକଲୋଚନକୁ ଆସିପାରିନାହିଁ। ସେହିଭଳି ଏକ ଜଳ ପ୍ରପାତ ଜିଲ୍ଳାର ବହୁ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ସେହି ମନ ମଗ୍ଧକର ଜଳ ପ୍ରପାତ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ତହସିଲ ଅନ୍ତର୍ଗତ ବଲାଣି ପଞ୍ଚାୟତ ଅଧିନସ୍ତ ଓ ବଲାଣି ଥାନା ଅନ୍ତର୍ଗତରେ ଲୁକାୟୀତ ଅବସ୍ଥାରେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରେ ରହିଥିବା ପରି ମନେହୁଏ। ଯାହାର ନାମ ” ଝିଙ୍କ୍ରା” ଜଳ ପ୍ରପାତ। ଏହି ଝିଙ୍କରା ଜଳ ପ୍ରପାତ କୁ ଯିବାପାଇଁ ବଲାଣି ଛକ ଠାରୁ ପାଖାପାଖି ଦୁଇକିଲାମିଟର ଗଲାପରେ ପ୍ରାୟ ଅଧା କିଲୋମିଟର ଜଙ୍ଗଲ ପାହାଡ ମଧ୍ୟରେ ଚାଲି ଚାଲି ଗଲେ ଏହି ମନମୁଗ୍ଧକର ଜଳ ପ୍ରପାତ ଝୀଙ୍କରା ଜଳ ପ୍ରପାତ ଦେଖିବାକୁ ମିଳିଥାଏ। ଏହି ଝିଙ୍କରା ଜଳ ପ୍ରପାତ ଟି ଜଙ୍ଗଲ ପାହାଡ କୁ ଚିରି ପ୍ରାୟ ଦେଢ଼ଶହ ଫୁଟ୍ ଉଚ୍ଚତାରୁ ତଳକୁ ବହି ଆସିଛି ଏବଂ ଏକ ସୁନ୍ଦର ଝରଣାର ରୂପ ନେଇ କୁଳୁକୁଳୁ ନାଦରେ ଜଙ୍ଗଲ ପାହାଡ ମଧ୍ୟରେ ବହିଯାଇଛି। ଏହି ଝିଙ୍କରା ଜଳ ପ୍ରପାତ ଏତେ ମନମୁଗ୍ଧକର ଯେ, ଯିଏ ଏହି ଝିଙ୍କରା ଜଳ ପ୍ରପାତ ପାଖକୁ ଯାଏ ଫେରିବାକୁ ଇଛା ହୁଏନାହିଁ। ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସୋନ୍ଦର୍ଜି କରଣ କରାଯାଇ ଗମନା ଗମନ ର ସୁବିଧା କରାଯାଇ ପାରନ୍ତା , ଏଠାକୁ ସମଗ୍ର ଜିଲ୍ଲା ଓ ରାଜ୍ୟରୁ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟାନ୍ତା ଏବଂ ଏହା କେନ୍ଦୁଝର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ପର୍ଯ୍ୟଟନ ସ୍ଥଳୀ ଭାବରେ ଉଭା ହୋଇପାରନ୍ତା ଏଥିରେ କୌଣସି ସନ୍ଦେହ ନାହିଁ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।