କେନ୍ଦୁଝର ବିଜେପି କାର୍ଯ୍ୟାଳୟ ରେ ୭୩ କିଲିଆ ଲଡୁ ସହ ପ୍ରଧାନ ମନ୍ତ୍ରୀଙ୍କ ୭୩ ତମ ଜନ୍ମ ଦିବସ ପାଳିତ ଏବଂ ପିଏମ୍ ବିଶ୍ଵକର୍ମା ଯୋଜନା ପାଇଁ ନାମ ପଞ୍ଜିକରଣ ର ଶୁଭାରମ୍ଭ |
ଆଙ୍କର-ଆଜି ପବିତ୍ର ବିଶ୍ବକର୍ମା ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍-ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି । ସଦର ବିଧାୟକ ମୋହନ ମାଝିଙ୍କ ନେତୃତ୍ବରେ ଏହି ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୩ତମ ଜନ୍ମଦିବସ ପାଳନ ଅବସରରେ ଏଠାରେ ୭୩କିଲୋଗ୍ରାମର ଏକ ବିଶାଳ ଓ ସୁଦୃଶ୍ୟ ବୁନ୍ଦିଆ ଲଡୁ ପ୍ରଦର୍ଶିତ କରାଯାଇଥିଲା । ମହାଆଡମ୍ବରରେ ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ପାଳନ କରିବା ସହିତ, ଏହି ଲଡୁକୁ କାର୍ଯ୍ୟକର୍ତ୍ତାମାନେ ନିଜ ଭିତରେ ବାଣ୍ଟି ଦେଇଥିଲେ । ପିଏମ୍-ବିଶ୍ବକର୍ମା ଯୋଜନା ଅନ୍ତର୍ଗତ ୧୮ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ଏହି କାର୍ଯ୍ୟକ୍ରମ ଦ୍ବାରା ୧୩ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲାର ୩୦୮ଜଣ କୌଳିକ ବୃତ୍ତିଧାରୀଙ୍କୁ ପିଏମ- ବିଶ୍ବକର୍ମା ଯୋଜନାରେ ପଞ୍ଜିକୃତ କରାଯାଇଥିଲା । ଏହି ଯୋଜନାରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଶିକ୍ଷଣ ଦେବା ସହ, ୩ଲକ୍ଷ ଟଙ୍କା ଯାଏ ଋଣ ମାତ୍ର ୫ପ୍ରତିଶତ ସୁଧରେ ଯୋଗାଇ ଦିଆଯିବ । ଯାହାଦ୍ବାରା ଏହି ଲୋକମାନେ ଅଧିକ ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ମୋହନ ମାଝିଙ୍କ ସମେତ ବହୁ ରାଜ୍ୟ ଓ ଜିଲ୍ଲା ବିଜେପିର ନେତୃବୃନ୍ଦ ଯୋଗ ଦେଇଥିଲେ ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍