ଘରୋଇ ବିଦ୍ୟାଳୟ ବସ ଏବଂ ଅଟୋ ମୁହାଁମୁହିଁ ଧକ୍କା | ଛାତ୍ର ଛାତ୍ରୀ କ୍ଷତ ବିକ୍ଷତ

( ଘରୋଇ ବିଦ୍ୟାଳୟ ବସ ଏବଂ ଅଟୋ ମୁହାଁମୁହିଁ ଧକ୍କା | ଛାତ୍ର ଛାତ୍ରୀ କ୍ଷତ ବିକ୍ଷତ )

ଜଗତସିଂହପୁର
ତା =17/9/23
ଜଗତସିଂହପୁର ଜ଼ିଲ୍ଲା ର କୋଣ ଅନୁକୋଣ ରେ ଛତୁ ଫୁଟିଲା ପରି ଘରୋଇ ଶିକ୍ଷାନୁଷ୍ଠାନ ଗଢିଉଠିଛି | ଏଥିପ୍ରତି ଜ଼ିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ଶିକ୍ଷାବିଭାଗ ର ଲଗାମ ନାହିଁ |ଯେଉଁଥି ପାଇଁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ବ୍ୟବସାୟ ଭିତିରେ ଚାଲିଛି | ଛାତ୍ର ଅଭିଭାବକ ମାନେ ଶୋଷଣ ର ଶିକାର ହେଉଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ର ଅପାରଗତା ଓ ଦାଇତ୍ୱ ବୋଧତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଦୈନ ଦିନ ସ୍କୁଲ ବସ ଏବଂ ଅଟୋ ଚାଳକ ମାନଙ୍କ ର ବେପରୁଆ ଗାଡି ଚାଳନା ନେଇ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ଅସୁରକ୍ଷିତ ମନେ ହେଉଛି | ମିଳିଥିବା ସୂଚନାରୁ ପ୍ରକାଶ ଗତ ଶନିବାର ପୂର୍ବାହ୍ନ ରେ ପଳାଶୋଳ ସମଙ୍ଗ ସରସ୍ବତୀ ଶିଶୁ ମନ୍ଦିର ଅଟୋ ଚାଳକ ଅଟୋ ରେ ଛାତ୍ର ଛାତ୍ରୀ ଆଣି ଆସୁଥିବା ବେଳେ ବିପରୀତ ଦିଗରୁ ସୁଧାନନ୍ଦ ବିଦ୍ୟାଳୟ ର ବସ ଯାଉଥିଲା |ଖଜୁରିଆ ଛକ ନିକଟରେ ଶିଶୁ ମନ୍ଦିର ଅଟୋ ଡ୍ରାଇଭର ବେପରୁଆ ଗାଡି ଚାଳନା କରି ବସ କୁ ଧକ୍କା ଦେଇଥିଲା |ଘଟଣା ସ୍ଥଳରେ ଅଟୋ ର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ଛାତ୍ର ଛାତ୍ରୀ କ୍ଷତ ବିକ୍ଷତ ହୋଇଥିଲେ | ଏଥିନେଇ ଛାତ୍ର ଅଭିଭାବକ ମାନଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦେଖାଦେଇଛି |ପଳାଶୋଳ ସମଙ୍ଗ ଶିଶୁ ମିନ୍ଦିର ଅଟୋରେ ଡ୍ରାଇଭର ଙ୍କ ବେପରୁଆ ଗାଡି ଚାଳନା ଏବଂ ଅତ୍ୟଧିକ ଓଭର ଲୋଡିଂ ଦୃଘଟଣା ର ମୁଖ୍ୟ କାରଣ ସାଜିଥିବା ବେଳେ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଡେଉନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update