ପ୍ଲାଷ୍ଟିକ ପଲିଥିନ ମୁକ୍ତ ମାହାଳ ଆହ୍ଵାନ

( ପ୍ଲାଷ୍ଟିକ ପଲିଥିନ ମୁକ୍ତ ମାହାଳ ଆହ୍ଵାନ)
ଜଗତସିଂହପୁର
ତା =17/9/23

ଆମ୍ବେଦକର ସ୍ମୃତି ପରିଷଦ ତରଫରୁ ମାହାଳ ହନୁମାନ ମନ୍ଦିର ଠାରେ ସଚେତନ ନାଗରିକ ପ୍ଲାଷ୍ଟିକ ଏବଂ ପଲିଥିନ ସଫେଇ କାର୍ଯ୍ୟକ୍ରମ କରିଥିଲେ l ଏଥିରେ କ୍ଲବ ର 25 ରୁ ଉର୍ଦ୍ଧ ସଦସ୍ଯ ଯୋଗ ଦେଇ କୋଡ଼ିଏ କେଜି ରୁ ଉର୍ଦ୍ଧ ପ୍ଲାଷ୍ଟିକ ପଲିଥିନ ସଫା କରି ଅସ୍ଥାୟୀ ଡ଼ଷ୍ଟବିନ୍ ରେ ପକାଇ ଥିଲେ l ଗ୍ରାମ ବାସୀ ମାନଙ୍କୁ ସଚେତନ କରାଇ ଥିଲେ, ପ୍ଲାଷ୍ଟିକ, ପଲିଥିନ କିପରି ଜୀବନ ଶୈଳୀ ଉପରେ ଖରାପ ପ୍ରଭାବ ପକାଉଛି ଏବଂ ପରିବେଶ ପ୍ରଦୁଷଣ ହେଉଛି, ଏହାର କମ୍ ବ୍ୟବହାର କରାଯିବ l ଏହା ଦ୍ଵାରା ଅନେକ ଗାଈ ଗୋରୁ ପଶୁ ପକ୍ଷୀ ପ୍ରାଣ ହରାଉଛନ୍ତି l ଏହି କାର୍ଯ୍ୟକ୍ରମରେ କ୍ଲବ ର ସଭାପତି ବିପୁନି କୁମାର ଦାସ ଙ୍କ ଦ୍ଵାରା ସମସ୍ତ ସଦସ୍ଯ ମାନଙ୍କ ପାଇଁ କ୍ଲବ ର ଅଫିସିଆଲ ଟି ସାର୍ଟ ବଣ୍ଟନ କରାଯାଇଥିଲା l ସମସ୍ତେ ଶପଥ ନେଇଥିଲେ କି ଆଗାମୀ ଦିନରେ ସଚେତନ ନାଗରିକ ଭାବେ କ୍ଲବ ମଧ୍ୟରେ ଢିଙ୍କିଆ ଗ୍ରାମ ପଞ୍ଚାୟତ ରେ ଅଗ୍ରଣୀ ଭୂମିକା ନିର୍ବାହ କରିବୁ l ଏହି କାର୍ଯ୍ୟକ୍ରମ ରେ ଉପସଭାପତି ଫିରୋଜ ବେଉରା, ସମ୍ପାଦକ ବବୁଲୁ ମଲ୍ଲିକ , ଯୁଗ୍ମ ସମ୍ପାଦକ ସଚିନ ପ୍ରଧାନ, ଅମିଲ ମଲ୍ଲିକ, ସାରଦା ମଲ୍ଲିକ, ରୋଶନ ଦାସ, ଶିବ ପରିମାଣିକ, ବାମ ଦେବ ମଲ୍ଲିକ, ହରିହର ମଲିକ , ଗଣେଶ ସାହୁ, ସୌମ୍ୟରଞ୍ଜନ ବେହେରା ଏବଂ ଅନ୍ୟମାନେ ଉପସ୍ଥାପିତ ଥିଲେ ଳ
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This