ଢେଙ୍କାନାଳ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ର ସମ୍ପାଦକ ହରିହର ସାହୁ ସେପ୍ଟେମ୍ବର ମାସ ଅଠର ତାରିଖ ପୂର୍ବାହ୍ନ ରେ ଗଁଦିଆ ବ୍ଳକ ର ପୋରୁହଖୋଜ ଗ୍ରାମ ପଞ୍ଚାୟତ ଅଧୀନ ବଣିଆପଡା ଗ୍ରାମ ର ବିଶିଷ୍ଟ ପରିବେଶବିତ୍ ଗୋପାଳ ଚନ୍ଦ୍ର ରାଉତ ଙ୍କ କ୍ଷେତ୍ର ପରିଦର୍ଶନ କରିଥିଲେ। ବଣିଆପଡା ରାଜସ୍ବ ଗ୍ରାମରେ ତାଙ୍କ ନିଜ ଜାଗାରେ ଦୁଇଏକର ବଗାୟତ କିସମ ଜାଗା ରେ ଆମ୍ବ , କାଜୁ, ପିଜୁଳି, କୋଳି, ଲେମ୍ବୁ, କମଳା,ଓ କାଜୁ ନର୍ସରୀ କରିଛନ୍ତି। ଓଡ଼ିଶା ସରକାରଙ୍କର ଉଦ୍ୟାନ ବିଭାଗରେ ପଞ୍ଜିକରଣ କରିଛନ୍ତି। ଜଣେ ସଫଳ ଉଦ୍ଯାନବିତ୍ ଭାବରେ ସେ ଓଡ଼ିଶା ରେ ସୁପରିଚିତ। ଭବିଷ୍ୟତରେ ଏହାକୁ ବଢ଼ାଇ ସାଧାରଣ ଜନସାଧାରଣ ଙ୍କର ଆର୍ଥିକ ମାନଦଣ୍ଡ ବଢ଼ାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।
