ଗୌରବ କୁମାର ନାୟକ ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ପରିବାର ଆତ୍ମୀୟସ୍ୱଜନ ଙ୍କ ନିବେଦନ

( ଗୌରବ କୁମାର ନାୟକ ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ପରିବାର ଆତ୍ମୀୟସ୍ୱଜନ ଙ୍କ ନିବେଦନ )
ଜଗତସିଂହପୁର
ତା =18/9/23
ତ୍ରିତୋଲ ବ୍ଲକ ଗୋପାଳପୁର ପଞ୍ଚାୟତ ଅରଣ୍ ଗ୍ରାମର ଅଭୟ କୁମାର ନାୟକ ଙ୍କ ଏକମାତ୍ର ପୁତ୍ର ଗୌରବ କୁମାର ନାୟକ ଙ୍କ ର ଦୁଇଟି କୀଡୀନି ଖରାପ ହେବାରୁ ସ୍ଵାସ୍ତ୍ୟ ଅବସ୍ଥା ଅତ୍ୟନ୍ତ ସଂକଟପୂର୍ଣ ହୋଇପଡିଛି | ଗୌରବ ଏକ ମାସ ହେବ କେୟାର ହସ୍ପିଟାଲ ରେ ଚିକିଛିତ ହେଉଛନ୍ତି |ଡାକ୍ତର ଗୌରବ ର ଦୁଇଟି କୀଡୀନି ଟ୍ରାନ୍ସପ୍ଲାଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି | ହେଲେ ପରିବାର ଆର୍ଥିକ ଅନାଟନ ଦେଇ ଗତିକରୁଥିବାରୁ ଗୌରବ ର ଚିକିତ୍ସା ଏବଂ କୀଡୀନି ଟ୍ରାନ୍ସପ୍ଲାଣ୍ଟ କରିବା ସମ୍ଭବ ହୋଇପାରୁନାହିଁ |ଏଥିନେଇ ପରିବାର ଆତ୍ମୀୟ ସ୍ୱଜନ ଚିନ୍ତାମଗ୍ନ ଅବସ୍ଥା ରେ ଅଛନ୍ତି | କୈଣସି ସ୍ଵେଛାସେବୀ ଅନୁଷ୍ଠାନ, ସହୃଦୟ ବ୍ୟକ୍ତି ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଗୌରବ ର ମା ମମତା ନାୟକ ଏବଂ ସ୍ଥାନୀୟ ସରପଞ୍ଚ ସାମାଜିକ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update