ବାଙ୍ଗରା ପ୍ରାଥମିକ କୃଷି ସମବାୟ ସମିତି ଲି ନୂତନ ଅଫିସ ଉଦଘାଟନ

ବାଙ୍ଗରା ପ୍ରାଥମିକ କୃଷି ସମବାୟ ସମିତି ଲି ନୂତନ ଅଫିସ ଉଦଘାଟନ

ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପ୍ରାଥମିକ କୃଷି ସମବାୟ ସମିତି ଲି ର ନୂତନ ଅଫିସ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।ସେ ଫିତା କାଟି ସମିତିର ନୂତନ ଅଫିସ କୁ ଶୁଭ ଉଦ୍ଘାଟନ କରିଥିଲେ। ସମାଜସେବୀ ଗୁରୁଚରଣ ଥାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଜିଲ୍ଲାପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ଖଗେଶ୍ବର ମହାନ୍ତି,ଜରି ସରପଞ୍ଚ ନନ୍ଦକିଶୋର ମଲ୍ଲିକ,ଜରି ସମବାୟ ସମିତି ଲି ର ସଭାପତି ଦିଲୀପ ରାଉତ, ଫତେପୁର ସମବାୟ ସମିତିର ସମ୍ପାଦକ ମାନସ କବି ,ଜରି ସମବାୟ ସମିତି ର ସମ୍ପାଦକ ଗୋପାଳ ସ୍ବାଇଁ, ପୂର୍ବତନ ସରପଞ ଧିରେନ ଜେନା, ଗନ୍ଧର୍ବ ଚରଣ ଦାସ ପ୍ରମୁଖ ଯୋଗଦେଇ ଥିଲେ।କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ବିଂଝାରପୁରର ବରିଷ୍ଠ ଅଧିକାରୀଙ୍କ ସମେତ ନୂତନ କରି ଗଠିତ ହୋଇଥିବା ବାଙ୍ଗରା ପ୍ରାଥମିକ କୃଷି ସମବାୟ ସମିତି ଲି ର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ବାଙ୍ଗରା, କୁସୁନପୁର,କଣ୍ଟିତର ପ୍ରମୁଖ ଗ୍ରାମର ଚାଷୀ ମାନେ ସମବାୟ ସମିତି ଗଠନ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This