ତ୍ରିତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ପାଞ୍ଚ ଦଫା ଦାବି ନେଇ ଜଳସେଚନ ଏବଂ ଜଳ ନିଷ୍କାସନ କାର୍ଯ୍ୟାଳୟ ଘେରାଉ

( ତ୍ରିତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ପାଞ୍ଚ ଦଫା ଦାବି ନେଇ ଜଳସେଚନ ଏବଂ ଜଳ ନିଷ୍କାସନ କାର୍ଯ୍ୟାଳୟ ଘେରାଉ )
ଜଗତସିଂହପୁର
ତା =18/9/23

ତ୍ରିତୋଲ ନିର୍ବାଚନ ମଣ୍ଡଳୀ ରେ ଥିବା ବିରିଡି, ରଘୁନାଥପୁର, ଏବଂ ତ୍ରିତୋଲ ଆଦି ତିନୋଟି ବ୍ଲକ ର ହଜାର ହଜାର ହେକ୍ଟର ଚାଷ ଜମି ଦୀର୍ଘ ଦିନ ଜଳମଗ୍ନ ହୋଇଥିବା ରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯାଇଛି | ଏଥିପାଇଁ ଜଳ ସେଚନ ଓ ଜଳ ନିଷ୍କାସନ ବିଭାଗ କୁ ସମ୍ପୂର୍ଣ ଦାୟୀ କରି ତ୍ରିତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ହଂସୁଆ ନଦୀ ଶଯ୍ୟା ଖନନ କରିବା |ବିଭିନ୍ନ ପୋଲ ନିକଟରେ ଲାଗିଥିବା ଦଳ ଓ ଅଳିଆ ଆବର୍ଜନା ଦୈନିକ ସଫା କରିବା | ହଂସୁଆ ନଦୀ ରେ ପ୍ରବାହିତ ଜଳ ସଠିକ ଭାବେ ନିଷ୍କାସନ କରିବା | ହଂସୁଆ ନଦୀ ବନ୍ଦ ସୁଦୃଢ଼ୀକରଣ କରିବା ଆଦି ପଞ୍ଚଦଫା ଦାବି ନେଇ ଶତାଧିକ ଚାଷୀ ଜଳ ସେଚନ ଓ ଜଳ ନିଷ୍କାସନ କାର୍ଯ୍ୟାଳୟ ଘେରାଉ କରି ବିଭାଗୀୟ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି | ଏକ ମାସ ଭିତରେ ଚାଷୀ ମାନଙ୍କ ସମସ୍ୟା ସମାଧାନ କରାନଗଲେ ତ୍ରିତୋଲ କଂଗ୍ରେସ ରାଜରାସ୍ତା ଙ୍କୁ ଓଲ୍ଲାଇ ଆନ୍ଦୋଳନ ଜୋରଦାର କରିବ ବୋଲି କଂଗ୍ରେସ ଜ଼ିଲ୍ଲା ସଭାପତି ନଟବର ବାରିକ, ବ୍ଲକ ସଭାପତି ଆର୍ତତ୍ରାଣ ପଣ୍ଡା, ନିହାର ରଞ୍ଜନ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update