ରାଜ୍ୟ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କୁଲାଡ଼ ପଞ୍ଚାୟତ ଅଫିସ ପାଖରେ ଗଣ ଆନ୍ଦୋଳନ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ସୂଚନା ମୁତାବକ ରାଜ୍ୟ ସରକାର ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ କୁଲାଡ଼ ଗ୍ରାମ ପଞ୍ଚାୟତରେ ବିଜେପିର ବିଧାନସଭାର ପଂଚାୟତ ପ୍ରମୁଖ- ବିଭୁତି ମହାପାତ୍ର ଓ ମହିଧରପୁର ମଣ୍ଡଳ ପ୍ରମୁଖ- ଅଖିଳ କୁମାର ସାମଲଙ୍କ ମିଳିତ ନେତୃତ୍ୱରେ ବିଜେପି ଛଅଟି ଦାବି ନେଇ କିଭଳି ବ୍ଲକ ତରଫରୁ ପଞ୍ଚାୟତରେ ଘଟୁଥିବା ଦୁର୍ନୀତି ଯୋଗ୍ଯ ହିତାଧିକାରୀଙ୍କୁ ବଞ୍ଚିତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ନିମନ୍ତେ ଲାଞ୍ଚ ମାଗିବା କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା ନିମନ୍ତେ ଉଦ୍ଧିଷ୍ଟ ପାଇଖାନା ନିର୍ମାଣ ନିମନ୍ତେ ଲାଞ୍ଚ ମାଗିବା ରାଜ୍ୟ ସରକାରଙ୍କ ଦ୍ବାରା ଚାଉଳ ବଣ୍ଟନ ଆରମ୍ଭ କରି ଧାନ କିଣା, ଭତା ଓ ରାସ୍ତା ଘାଟ ନିର୍ମାଣରେ ହେରଫେର ଓ ଦୁର୍ନୀତି ବିନା ପଲିସଭାରେ ପଞ୍ଚାୟତ କୁ ଦିଆଜାଇଥିବା ୫୦ଲକ୍ଷ ଟଙ୍କାର ରାଜ୍ୟ ସରକାରଙ୍କ ଦ୍ବାରା ଅପବେୟ କରିବା ପଞ୍ଚାୟତରେ ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାକୁ କୁଠାର ଘାତ ସଦୃଶ କାର୍ଯ୍ୟ କରୁଛନ୍ତି ,ଏହି ଦାବୀ ନେଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ କୁଲାଡ଼ ପଞ୍ଚାୟତ ମହିଳା ଓ ପୁରୁଷ ଏକତ୍ରିତ ହୋଇ ରାଜ୍ୟସରକାରଙ୍କ ମନମାନି ଶାସନ ପାଇଁ ସରପଞ୍ଚଙ୍କୁ ଏକ ଦାବିପତ୍ର ଦିଆଯାଇଛି।