ପଞ୍ଚମ ଦିନରେ ଅମ୍ବାଭୋନା ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ଧାରଣା

ପଞ୍ଚମ ଦିନରେ ଅମ୍ବାଭୋନା ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ଧାରଣା :-
……………
ଅମ୍ବାଭୋନା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏ. ୟୁ. ପି. ଟି. ଏଫ ର ଡ଼ାକରାରେ ଅମ୍ବାଭୋନା ବି. ଇ. ଓ ଅଫିସ ସମ୍ମୁଖରେ 5 ଦିନ ଧରି ଧାରଣାରେ ବସିଛନ୍ତି l ଅମ୍ବାଭୋନା ବ୍ଲକ N. P. S, ସଂଘର ସଭାପତି ଶ୍ରୀ ସ୍ୱାଧୀନ କୁମାର ସାହୁ ଓ ଏକ୍ସ କେଡର ସଭାପତି ପୁରନ୍ଦର ନାୟକଙ୍କ ନେତୃତ୍ୱରେ ବ୍ଲକର ସମସ୍ତ N.P.S ଏକ୍ସ କେଡର କଳା ଓ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିଛନ୍ତି l ଆଜି ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ଶ୍ରୀ ଡୋଳାମଣି ମାହାର ସଭାରେ ଉଦବୋଧନ ଦେଇଥିଲେ l ଶିକ୍ଷକଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବି. ଇ. ଓ ଅଫିସ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଜିଲ୍ଲା ସଭାପତି ଆହ୍ୱାନ ଦେଇଥିଲେ l ସଭାରେ ରମେଶ ପଟେଲ, ସରୋଜ ପଟେଲ, ପ୍ରେମଜୀତ ସୁନା, ସଂଜୀବ ସା, ଚୌଧୁରୀ ପାତ୍ର, ରହିତ ଭୁଏ, ତ୍ରିନାଥ ଭୁଏ , ସୁଶାନ୍ତ ପଧାନ, କେଦାର ନାଏକ, ଇନ୍ଦୁ ବଘେଲ, ମନୋଜା ପଟେଲ, ଲିନା ପଟେଲ, ଲତା ସିଦାର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

Recent Post

Live Cricket Update