ରଙ୍ଗା ଟିକ୍ରା ରେ ଘର୍ ଖଣ୍ଡେ ପାଇଁ ଵାର ଦୁଆର ଶତ୍ରୁଘ୍ନ

ରଙ୍ଗା ଟିକ୍ରା ରେ ଘର୍ ଖଣ୍ଡେ ପାଇଁ ଵାର ଦୁଆର ଶତ୍ରୁଘ୍ନ

ବରଗଡ ଜିଲ୍ଲା 18/ସେପ୍ଟେମ୍ବର,

ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ରଙ୍ଗା ଟିକ୍ରା ରେ ନିଜ ପରିବାର କୁ ଧରି ରୁହନ୍ତି ରୋଗୀଣା ଶତୃଘ୍ନ।ଝାଟି ମାଟି ଘରେ ଛଅ ପ୍ରାଣୀ ଙ୍କୁ ନେଇ ତାଙ୍କ ତେଲ ଲୁଣ ର ସଂସାର ରେ ତିନି ଝିଅ ଙ୍କୁ ବାହା ଦେଇଥିବା ବେଳେ ପତ୍ନୀ ସୁଭାଷିନୀ ଭୁଏ ଓ ପୁଅ କୁ ନେଇ ମାଁ ପୁଅଙ୍କ ପରିଶ୍ରମ ଓ ସରକାର ଙ୍କ ୧୫ କିଲୋ ଚାଉଳରେ ବହୁ କଷ୍ଟ ରେ ଘର ଚଲୁଥିବାବେଳେ ଦିନକୁ ମୂଲ ଲାଗି ଦେଢ଼ ଶହ ଟଙ୍କା ରେ କେମିତି କେମିତି ଚଳିବୁ ବୋଲି ସୁଭାଷିନୀ କୋହ ଭରା କଣ୍ଠରେ କହନ୍ତି।ଘର ଥିଲା ବର୍ଷା ରେ ଭାଙ୍ଗିଗଲା।ଦିନ ଦିନ ଧରି ପଞ୍ଚାୟତ ସହ ବ୍ଲକ ର ଦ୍ବାରସ୍ଥ ହୋଇଥିଲେ ହେଁ କେହି ଶୁଣିବାକୁ ନଥିଲେ।ଗୋଟେ ପଟେ ରୋଗୀଣା ସ୍ବାମୀ ଆଉ ଗୋଟେ ଘର ଚିନ୍ତା ରେ ବାରମ୍ବାର ସରପଞ୍ଚ ଙ୍କ ଦ୍ବାରସ୍ଥ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରହିଥିବା ଘରେ ଆଶ୍ରୟ ନେଇଥିଲୁ।ଏବେ କିନ୍ତୁ ଆମକୁ ଘର ଖାଲି କରିବାକୁ କହି କେତେବେଳେ ଲାଇନ୍ କାଟି ଦେଉଛନ୍ତି ତ ଆଉ କେତେବେଳେ ପାଣି ବନ୍ଦ କରିଦେଉ ଥିବା ବେଳେ ଆଗକୁ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ।ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଘର ଖାଲି କେଉଁଠି ରହିବୁ। ଯାହା ଆବାସ ଯୋଜନା ଖଣ୍ଡେ ପାଇଁ ବାରମ୍ୱାର ପଞ୍ଚାୟତ ତଥା ବ୍ଲକ ର ଦ୍ବାରସ୍ଥ ହୋଇ କେବଳ ପ୍ରତିଶ୍ରୁତି ଛଡା ଏଯାବତ୍ ଆଉ କିଛି ମିଳିପାରିନାହିଁ।ଯେଉଁଠି ତେଲିଆ ମୁଣ୍ଡରେ ତେଲ ଭଳି ବଡ ବଡ଼ିଆ ଙ୍କ ପାଇଁ ଘର ଆସୁଛି।ହେଲେ ଆମ ବେଳକୁ ନାହିଁ ବୋଲି କହିବା ସହ ଆବାସ ଘର ପାଇଁ ପଞ୍ଚାୟତ ପିଅନ୍ ଘରକୁ କହିବାକୁ ଆସିଥିଲେ ହେଲେ ଏବେ ଲିଷ୍ଟ ରେ ତମ ନାଁ ନଥିବା କହି ହଇରାଣ କରୁଛନ୍ତି।ଯଦି ଲିଷ୍ଟରେ ନାଁ ଆସିନାହିଁ ତେବେ ଆମକୁ କୁହା ଯାଉଥିଲା କାହିଁକି।ଯାହାକୁ ନେଇ ପୁଣି ବ୍ଲକ ପ୍ରଶାସନ ର ଦ୍ବାରସ୍ଥ ହୋଇ ତୁରନ୍ତ ଆବାସ ଯୋଜନାରୁ ଘର ଖଣ୍ଡେ ଦେବା ପାଇଁ ଓ ଯେ ପର୍ଯ୍ୟନ୍ତ ଘର ନମିଲିଛି ସେ ପର୍ଯ୍ୟନ୍ତ ରହୁଥିବା ପଞ୍ଚାୟତ ଘରୁ ବିଦା କରା ନଯିବା ପାଇଁ ଦାବୀ ଜଣାଇବା ସହ ପଞ୍ଚାୟତ ରୁ ବିଦା କଲେ ତୁମ ବ୍ଲକ ଅଫିସ କୁ ଆସି ରହିବୁ ବୋଲି ବିଡ଼ିଓ ପ୍ରମୋଦ ମେହେର ଙ୍କୁ ଚେତାବନୀ ଦେଇଥିଲେ।ହେଲେ ବିଡ଼ିଓ ମେହେର ହିତାଧିକାରୀ ଙ୍କ ସୁବିଧା କରିବା ପରିବର୍ତ୍ତେ ଏଠି ତମକୁ କିଏ ଜାଗା ଦେବ।ଆଉ ପଞ୍ଚାୟତ ରେ କଣ ତମକୁ ସବୁ ଦିନ ଜାଗା ଦେଇହବ।ତୁମେ ତୁମ ବ୍ୟବସ୍ଥା କର,କେଉଁଠି ରହିବ ଆମେ କଣ କରିବୁ।ତମ ପଞ୍ଚାୟତ ପିଇଓ ଙ୍କୁ ଜଣାଇ ଦେବି ନୂଆଁ ଲିଷ୍ଟରେ ନା ଆସିଲେ ଘର ଦିଆଯିବ ବୋଲି କହିଥିଲେ।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏତେ ଦିନ ଯାଏଁ କଣ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଚେତା ପଶି ନଥିଲା କି ଯାହା ବ୍ଲକ ପ୍ରଶାସନ ନୂଆଁ ଲିଷ୍ଟ ରେ ନାଁ ଆସିଲେ ଘର ଦିଆଯିବ ବୋଲି କହୁଛନ୍ତି।

Recent Post

Live Cricket Update