ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗଣେଷ ପୂଜା ପାଳିତ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗଣେଷ ପୂଜା ପାଳିତ।

ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗଣେଶ ପୂଜା ପାଳିତ ହୋଇଯାଇଛି। ଗଜାନନଙ୍କୁ ଷୋଡ଼ଷ ଉପଚାର ରେ ପୂଜାର୍ଚ୍ଚନା କରାଯାଇଥିଲା। ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଭୋଗ ଫୁଲ ହାର ରାଶିଲଡୁ ଉଖୁଡା କଦଳୀ ନଡ଼ିଆ ଇତ୍ୟାଦି ଧରି ଆନନ୍ଦ ଉଲ୍ଲାସରେ ଆସିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ତତ୍ବାବଧାନରେ ପୂଜା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟସଭ୍ୟାମାନେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରେ ପୂଜା ସୂଚାରୁରୂପେ ସମ୍ପାଦିତ ହୋଇଥିଲା। ଛାତ୍ରଛାତ୍ରୀମାନେ ପ୍ରସାଦ ସେବନ କରିଥିଲେ।

Recent Post

Live Cricket Update

You May Like This