ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ‘ସାଥିୟା ସମାରୋହ’ ଆୟୋଜିତ
ଓଡ଼ାପଡ଼ା ବ୍ଲକ୍ର ୭ଟି ଗ୍ରାମ ପଂଚାୟତର ୬୫ କିଶୋର କିଶୋରୀଙ୍କ ଅଂଶଗ୍ରହଣ
ମେରାମଣ୍ଡଳୀ, ସେପ୍ଟେମ୍ବର ୧୯, ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ୨୦୨୩ ସେପ୍ଟେମ୍ବର ୧୬ରେ ମେରାମଣ୍ଡଳୀର ବଳରାମ ପ୍ରସାଦ କଲ୍ୟାଣ ମଣ୍ଡପରେ ‘ସାଥିୟା ସମାରୋହ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ାପଡ଼ା ବ୍ଲକ୍ର ୭ଟି ଗ୍ରାମ ପଂଚାୟତର କିଶୋର କିଶୋରୀମାନେ ଏକତ୍ରୀତ ହୋଇଥିଲେ ।
କାର୍ଯ୍ୟକ୍ରମରେ ୬୫ରୁ ଅଧିକ ପ୍ରିୟର ଏଜୁକେଟର (ଶିକ୍ଷକ ଶିକ୍ଷୟିତ୍ରୀ), ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସୁପରଭାଇଜର, ସ୍ଥାନୀୟ ଗ୍ରାମ ପଂଚାୟତର ପଂଚାୟତିରାଜ ସଂସ୍ଥା (ପିଆର୍ଆଇ), ବ୍ଲକ୍ ସରକାରୀ ଅଧିକାରୀ ଓ ଅନ୍ୟାନ୍ୟ ପ୍ରମୁଖ ଅଂଶୀଦାରମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।
ଏଜୁକେଟରମାନଙ୍କୁ ଅଭିଜ୍ଞତାର ଆଦାନପ୍ରଦାନ, ଆହ୍ବାନ ବିଷୟରେ ଆଲୋଚନା ଏବଂ ସଫଳତାକୁ ପାଳନ କରିବା ସହିତ ବିଶ୍ଵାସ, ନେତୃତ୍ବ ଦକ୍ଷତାରେ ଉନ୍ନତି ଏବଂ ବିବିଧ ବର୍ଗର ପିୟରଙ୍କ ମଧ୍ୟରେ ସମ୍ପର୍କର ପ୍ରସାର କରିବା ଲାଗି ସାଥିୟା ସମାରୋହ କାର୍ଯ୍ୟକ୍ରମ ଏକ ଚମତ୍କାର ମଂଚ ପ୍ରଦାନ କରିଥିଲା । ବିଶିଷ୍ଟ ଅତିଥିମାନେ ବାଲ୍ୟ ବିବାହ, ମାଦକ ଦ୍ରବ୍ୟର ଅପବ୍ୟବହାର ଏବଂ ସ୍କୁଲ ପାଠ ଅଧାରୁ ଛାଡ଼ିବା ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ଅବସରରେ ଜଣେ ପ୍ରେରଣାଦାୟୀ ପିୟର ଏଜୁକେଟର ତଥା ରାଜ୍ୟ ସ୍ତରୀୟ ଭଲିବଲ ଖେଳାଳିଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।
ରିସ୍ତା ଟିମ୍ର ଫିଲ୍ଡ ଟିମ୍ କୋଅର୍ଡିନେଟର (ଏଫ୍ଟିସି) ସୁଭାସ ବେହେରା, ବିନିତା ନିରୁପମା ଟପୋ, ରିସ୍ତା ଓ ଏସ୍ଟିଏଫର ବ୍ଲକ୍ ଅଧିକାରୀ କବିତା ଧଳ ଓ ଟିଏସ୍ଏଫ୍ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଏହି ଅବସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ନିବେଦିତା ତ୍ରିପାଠୀ, ଓଡ଼ାପଡ଼ା ବ୍ଲକ୍ ଉପାଧ୍ୟକ୍ଷ ଅମିତାଭ ସ୍ଵାଇଁ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ)ର ବ୍ଳକ ଅଧିକାରୀ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିୟର ଏଜୁକେଟରମାନଙ୍କ ବିଶ୍ଵାସ ଓ ନେତୃତ୍ଵ ଦକ୍ଷତାରେ ଉନ୍ନତି ହୋଇଥିବା ବେଳେ ବିବିଧ ଅଂଚଳରେ ସହଯୋଗିତା ଓ ଚିନ୍ତାଧାରାର ଆଦାନପ୍ରଦାଦ ହୋଇଥିଲା ।