( ପଳାଶୋଳ ଠାରେ ଗଣେଶ ମେଲାଣି ଅନୁଷ୍ଠିତ )
ଜଗତସିଂହପୁର
ତା =23/9/23
ଜଗତସିଂହପୁର ଜିଲ୍ଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପଳାଶୋଳ ୟୁଥ୍ ହେଲ୍ଲିଙ୍ଗ୍ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଳାଶୋଳ ସ୍ଥିତ ଅଟଳ ବଳଦେବଜୀଉ ମନ୍ଦିର ସମ୍ମୁଖରେ ଗଶେଷ ମେଲଣ ଜାକଯମକ ସହକାରେ ଅନୁଷ୍ଠିତ ହୋଇଯାଇଛି |
ଚାରିଟେବୁଲ ଟ୍ରଷ୍ଟ ସଭାପତି ଅକ୍ଷୟ କୁମାର ମହାନ୍ତି, ସମ୍ପାଦକ ସ୍ମୃତିରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଥାନାପତି ନାରାୟଣୀ କ୍ଳବ,
ଗଣପତି କ୍ଲବ,
ତ୍ରିନାଥ କ୍ଲବ,
ଭାଗବତ କ୍ଲବ,
କନକ ସୁନ୍ଦରୀ କ୍ଲବ,
ବାସୁଦେବ କ୍ଲବ ର ସୁସଜିତ ମେଢ ବାଜା, ବାଣ ରୋଷଣୀ ଶୋଭାଯାତ୍ରା ରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ଙ୍କ ମେଲଣ ପଡିଆରେ ଏକତ୍ରିତ ହୋଇଥିଲେ | ମେଲଣ ସମସ୍ତ ହେବା ପରେ ଗଣେଶ ମେଢ଼ ଏକ ଶୋଭାଯାତ୍ରା ରେ ଶନି ମନ୍ଦିର ସ୍ଥିତ ପୁଷ୍କରିଣୀ ରେ ବିସର୍ଜନ କରାଯାଇଥିଲା |ଏହି ଗଣେଶ ମେଲଣ ଗତ ଦୁଇ ବର୍ଷଧରୀ ଅନୁଷ୍ଠିତ ହେଉଅଛି |ଗ୍ରାମ୍ୟ ପରମ୍ପରା ରେ ପରସ୍ପର ମଧ୍ୟ୍ୟ ରେ ଏକତା ଓ ଭାଇଚାରା, ସଦଭାବ ବଜାୟ ରଖିବା ଏହି ମେଳଣ ର ମୁଖ୍ୟ ଉଦେଶ୍ୟ ବୋଲି ଅନୁଷ୍ଠାନ ର ସଭାପତି ଶିକ୍ଷାବିତ ଅକ୍ଷୟ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ