Search
Close this search box.

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କଲେ । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ହଟ୍ଟଗୋଳ । ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି।

ପ୍ରଶ୍ନକାଳରେ ପ୍ରବଳ ହଙ୍ଗାମା କରିଥିଲେ ବିରୋଧୀ । ଏମିତିକି ବାଚସ୍ପତିଙ୍କ ପୋଡିୟମ ତଳେ ବସି ନାରାବାଜି କରିଥିଲେ ବିରୋଧୀ ।

ଫଳରେ ଗୃହରେ ପରିସ୍ଥିତି ଏମିତି ହୋଇଥିଲା ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ । ଖୁବ କମ୍ ସମୟ ବିଧାନସଭା ବସୁଥିବା ବେଳେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବେ ।

ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ ।

ମାତ୍ର ଏହା ଗୃହିତ ନ ହେବାରୁ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ସେହିପରି ଜାତୀୟ ରାଜପଥରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇ ବିଜେଡି ମଧ୍ୟ କେନ୍ଦ୍ର ଉପରେ ବର୍ଷିଥିଲା ।

ଆଜି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ । ଆଜି ଗୃହରେ ସ୍ବରାଷ୍ଟ୍ର, ଅର୍ଥ, ନିର୍ମାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଆଜି କିଛି ରିପୋର୍ଟ ଓ ବିଲ୍ ମଧ୍ୟ ଗୃହରେ ଆଗତ ହେବ ।

ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ବିରୋଧୀ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ । ପ୍ରଥମ ଦିନ ଅତିରିକ୍ତ ବଜେଟ ଆଗତ ହୋଇଛି । ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି ।

ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଏହା ସହ ଶିକ୍ଷକ ଆନ୍ଦୋଳନ ନେଇ ଗୃହରେ ଆଲୋଚନା ହୋଇପାରେ ।

ସୋର୍ସ news

Recent Post

Live Cricket Update

× How can I help you?