ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସାଧାରଣ ବୈଠକ ଭର୍ଚୁଆଲ ମୋଡ଼ ରେ ସ୍ଥାୟୀ ସଭାପତି ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ଚବିଶ ତାରିଖ ରାତ୍ର ଆଠଟା ସମୟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଫୋରମ୍ ରେ ଯୋଗଦାନ ପାଇଁ ସଦୟସ୍ବିକୃତି ପ୍ରଦାନ କରିଥିବା ପଦ୍ମଶ୍ରୀ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର, (ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ବିଶିଷ୍ଟ ପ୍ରତିଭା)
ନ୍ଯାୟମୂର୍ତ୍ତି ଭିକାରି ଚରଣ ରାଉତ (ସ୍ବତନ୍ତ୍ର ବିଚାରପତି ସିବିଆଇ), ସନାତନ ମଲ୍ଲିକ ( ପୂର୍ବତନ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ଓ ପୂର୍ବତନ ଜିଲ୍ଲାପାଳ ବାଲେଶ୍ବର), ଡକ୍ଟର ପ୍ରମୋଦ କୁମାର ମହାପାତ୍ର (ସମ୍ପାଦକ ଦୈନିକ ଖବରକାଗଜ ସମାଜ)ଓ ମନୋରଞ୍ଜନ ମହାପାତ୍ର(ଅତିରିକ୍ତ ନିର୍ଦ୍ଦେଶକ ଲୋକାଲ ଫଣ୍ଡ ଅଡିଟ୍ ଓଡ଼ିଶା ଉପଦେଷ୍ଟା ମଣ୍ଡଳୀ ରେ ରହିବା ସଦୟ ସ୍ବୀକୃତି ପ୍ରଦାନ କରିଥିବାରୁ ଏହା ଆମ୍ଭମାନଙ୍କର କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ପ୍ରେରଣା ଯୋଗାଇବ ବୋଲି ଫୋରମ୍ ର ସଭାପତି ଶ୍ରୀ ସାହୁ ମତପ୍ରକାଶ କରିଥିଲେ। ଶ୍ରୀ ସାହୁ ମଧ୍ୟ ପ୍ରକାଶ କରିଥିଲେ ଭୁବନେଶ୍ୱରର ସ୍ପର୍ଶ ହସ୍ପିଟାଲ ପ୍ରତିଷ୍ଠାତା ନିର୍ଦେଶକ ଡକ୍ଟର ପ୍ରିୟବ୍ରତ ଧୀର ଙ୍କୁ ମଧ୍ୟ ଉପଦେଷ୍ଟା ମଣ୍ଡଳୀ ରେ ରହିବା ପାଇଁ ଅନୁରୋଧ କରାଯାଇଅଛି। ଶିକ୍ଷା ବିଭାଗରେ ନିଷ୍ଠାର ସହିତ କାର୍ଯ୍ୟ କରି ସମସ୍ତ ସଭ୍ୟ ସଭ୍ୟା ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ରେ ବିଭୂଷିତ ହୋଇଛନ୍ତି। କାର୍ଯ୍ୟଦକ୍ଷତା ଓ ସମାଜସେବାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ଉଲ୍ଲେଖନୀୟ। ଏଣୁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ସମସ୍ତ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସାମିଲ୍ କଲେ ନିଶ୍ଚିତ ଶିକ୍ଷା ର ମାନଦଣ୍ଡ ବୃଦ୍ଧି ପାଇବ। ଏଣୁ ଉଭୟ ସରକାର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାମିଲ୍ କରିବା ପାଇଁ ଅନୁରୋଧ କରିଥିଲେ। ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ନାୟକ ପୂର୍ବ ବୈଠକ ର ବିବରଣୀ ପାଠ କରିବା ସହିତ ସରକାରୀ ଚିଠି ପାଠ କରିଥିଲେ। ସର୍ବପ୍ରଥମେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ବିବାସିନୀ ମିଶ୍ର ଓଡ଼ିଆ ମାନଙ୍କର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ସଙ୍ଗୀତ ପରିବେଷଣ କରିଥିଲେ ର ଶେଷରେ ପ୍ରବକ୍ତା ମୁରଲୀଧର ପରିଡ଼ା ମଧ୍ୟ ପ୍ରଭୁ ଜଗନ୍ନାଥ ଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଫୋରମ୍ ର ଉପସଭାପତି କୃଷିଦା ବଏଗମ୍, ପରାମର୍ଶଦାତା ସ୍ବର୍ଣ୍ଣଲତାତ୍ରିପାଠୀ କେନ୍ଦ୍ରୀୟ ପ୍ରତିନିଧି ଅନସୂୟା ମିଶ୍ର, କୋର କମିଟିର ସଦସ୍ୟ ଉପେନ୍ଦ୍ର ଶତପଥୀ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡଃ ପ୍ରଦୀପ କୁମାର ମିଶ୍ର, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଦିପ୍ତିମୟୀ ଲେଙ୍କା, ଡଃ ଗଙ୍ଗୋତ୍ରୀଦେବୀ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୌଭାଗ୍ୟ ପଟେଲ, ମହେନ୍ଦ୍ର କୁମାର ପଟେଲ, ବଳରାମ ସାହୁ,ବିନୟ କୁମାର ପାଣି, ଗୋପାଳ ଚନ୍ଦ୍ର ପଣ୍ଡା, ନବକିଶୋର ମଲ୍ଲିକ, ସୁବାସ ରାଉତ, ସୁବାସ ମହାନ୍ତି ଙ୍କ ସହିତ ଫୋରମ୍ ର ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ ଓ ସୁଚିନ୍ତିତ ମତ ସାବ୍ୟସ୍ତ କରିଥିଲେ।ଏଥି ଯୋଗୁଁ ବିଭିନ୍ନ କମିଟିର ଗଠନ କରାଯାଇଥିଲା ଓ ଏହାର ପୂର୍ଣ୍ଣାଙ୍ଗ ରୂପ ରେଖା ଗାନ୍ଧୀ ଜୟନ୍ତୀରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସ୍ଥିରୀକୃତ ହେବାପାଇଁ ସାଧାରଣ ସମ୍ପାଦକ ଶ୍ରୀ ନାୟକ , ପ୍ରବକ୍ତା ଶ୍ରୀ ପରିଡ଼ା ଓ କେନ୍ଦ୍ରୀୟ ପ୍ରତିନିଧି ଶ୍ରୀମତୀ ମିଶ୍ର ପ୍ରକାଶ କରିଥିଲେ। ଆଗାମୀ ଅକ୍ଟୋବର ମାସର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ କଟକ ଓ ଭୁବନେଶ୍ଵର ମଧ୍ୟରେ ଥିବା ତେଲେଙ୍ଗା ପିଠ ନୟାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ହେବା ପାଇଁ ସ୍ଥିର କରାଯାଇଛି ଓ ସେଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହେବ ବୋଲି ସାଧାରଣସମ୍ପାଦକ ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା ମଧ୍ୟ ଫୋରମ୍ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଓ ମା ତାରିଣୀ ଙ୍କ ପ୍ରସିଦ୍ଧି ପିଠ ଘଟଗାଁ ରେ ଏକ ସାଧାରଣ ବୈଠକ ରଖିବା ପାଇଁଁ ଆହ୍ବାନ କରିଥିଲେ। ଓଡ଼ିଶା ର ସମସ୍ତ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଜିବନୀକୁ ନେଇ ଏକ ପୁସ୍ତକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରକାଶ କରାଯିବା ସହିତ ଇ ପୁସ୍ତକ ଉନ୍ମୋଚନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ସାଧାରଣ ସମ୍ପାଦକ ଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା।
