Search
Close this search box.

“ଲରମ୍ଭାରେ ପାଳିତ ହେଲା ଆଞ୍ଚଳିକ ନୂଆଁଖାଇ ଭେଟଘାଟ”

“ଲରମ୍ଭାରେ ପାଳିତ ହେଲା ଆଞ୍ଚଳିକ ନୂଆଁଖାଇ ଭେଟଘାଟ”

ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଖେଳ ପଡିଆ ଠାରେ ଆଞ୍ଚଳିକ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି, ଏହି ଉତ୍ସବରେ ରେ ଆୟୋଜିତ ଭେଟଘାଟର ସଭାପତି ଶ୍ରୀମାନ ଭାରତ ସରାପ, ସଭାପତି ଆଞ୍ଚଳିକ ନୂଆଁଖାଇ ଭେଟଘାଟ ଲରମ୍ଭା, ମୁଖ୍ୟଅତିଥି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆ ,ମାନ୍ୟବର ବିଧାୟିକା ଅତାବିରା ନିର୍ବାଚନ ମଣ୍ତଳୀ,ମୁଖ୍ୟବକ୍ତା ଶ୍ରୀ ମନୋରଂଜନ ସାହୁ , ହାସ୍ୟଭାଷ୍ୟକାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସିମେଣ୍ଟ୍ ନଗର ହାଇସ୍କୁଲ, ସମ୍ମାନିତ ଅତିଥି ନାଟ୍ୟକାର ପ୍ରଫେସର କେଶରଂଜନ ପ୍ରଧାନ,ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଅଞ୍ଚଳ କଲେଜ ପଦମପୁର,ଡଃ ପ୍ରମୋଦ କୁମାର ଭୋଇ ,ଅଧ୍ୟକ୍ଷ ଲରମ୍ଭା କଲେଜ,ଲରମ୍ଭା ଗ୍ରାମ ପଞ୍ଚାୟତର ସରପଞ୍ଚ୍ ଶ୍ରୀମତୀ ସାବିତ୍ରୀ ପଣ୍ଡା,ସମିତିସଭ୍ୟା ଶ୍ରୀ ମତୀ ସୁମିତ୍ରା ରଣା, ଟାମ୍ପରସରା ଗ୍ରାମପଞ୍ଚାୟତର ସରପଞ୍ଚ୍ ଶ୍ରୀ ରାଜକିଶୋର ଛନ୍ଦ, ସମିତି ସଭ୍ୟ ଶ୍ରୀ ଦିବ୍ୟନାରାୟଣ କର,ଦୁଲମପୁର ସରପଞ୍ଚ୍ ଭି. ଭେଙ୍କନା ବାବୁ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଶମ୍ଭୁ ସେଠ ,ଉପସଭାପତି ଶ୍ରୀ ବିନୟ କୁମାର ନାଏକ, ସଂପାଦକ ଶ୍ରୀନିର୍ମଳ ଚନ୍ଦ୍ର ଭୋଇ ମଂଚାସୀନ ଥିଲେ । ପ୍ରଥମେ ମା’ ସମଲେଇଙ୍କ ଫଟୋ ଚିତ୍ର ସହ ସ୍ବର୍ଗତ ବ୍ରଜମୋହନ ପଣ୍ଡା ଓ ଶରତ ଚନ୍ଦ୍ର ପୂଜାରୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ପ୍ରାରମ୍ଭିକ ସଂଗୀତ ଗାନ ପରେ ବକ୍ତାମାନେ ନୂଆଖାଇର ମହତ୍ତ୍ବ ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ବ୍ୟଂଗ କବିତା ମାଧ୍ୟମରେ ଅବକ୍ଷୟ ମୁଖି ନୂଆଖାଇର ଅପସଂସ୍କୃତିକୁ ଗୀତ ମାଧ୍ୟମରେ ଶୁଣାଇଥିଲେ। ଏଥିରେ ଓଡିଶା ପ୍ରଶାସନିକ ସେବା ର ଶ୍ରୀ ଶିବଚରଣ ନାଏକ, କୁମାରୀ ଶ୍ବେତାଲିନା ମାହାଣା, ଶ୍ରୀ ଲିପକରାଜ ନାଏକ,ଶ୍ରୀ ମତୀ ସମୀକ୍ଷା ନାଏକ , ଡାକ୍ତରୀ ପାଇଥିବା ଟାମ୍ପରସରା ଗ୍ରାମ ପଞ୍ଚାୟତ ଛନ୍ଦପାଲି ଗ୍ରାମର ତିନିଜଣ ଡାକ୍ତରୀ ଛାତ୍ରଛାତ୍ରୀ ଭଉଣୀ ଓ ଭାଇ କୁମାରୀ ଶ୍ରଦ୍ଧାଞ୍ଜଳି ସେଠ( ଏସ.ସି ବି,କଟକ) ଶ୍ରୀ ପ୍ରିୟାଂଶୁ ଶେଖର ସେଠ ( ଭିମସାର, ବୁର୍ଲା), ଶ୍ରୀ ପରେଶ ଛନ୍ଦ ( ଭିମସାର, ବୁର୍ଲା), ଲରମ୍ଭା ଗ୍ରାମରୁ କୁମାରୀ ଦୀପ୍ତିମାଳା ନାଏକ (କିଜିଗସ୍ଥାନ), ଚଳିତ ବର୍ଷ ମ୍ୟାଟ୍ରିକ ଟପର ଭାବରେ ଲରମ୍ଭା ହାଇସ୍କୁଲର ଶ୍ରୀରୂପେଶ ବାରିକ ଓ ଟାମ୍ପରସରା ହାଇସ୍କୁଲରୁ ମୂଷ୍କାନ ଭୋଇ, ଆନ୍ତର୍ଜାତିକ ପର୍ବତାରୋହୀ ସୁଶ୍ରୀ ଲିପିକା ସେଠ, ସମାଜସେବୀ ମୁକୁନ୍ଦ ଦାଶ ,ଦିବ୍ୟାଙ୍ଗ ମେଧାବୀ ଛାତ୍ର ଶ୍ରୀ ଅଜୟ ଭୁଏ, ବିଭିନ୍ନ କଳାକାରୀ,ବୟସାଧିକ ବୃଦ୍ଧବୃଦ୍ଧାଙ୍କୁ ଉପଢୌକନ ସହ ପ୍ରଶଂସାପତ୍ର ଦିଆଯାଇଥିଲା। ଭେଟଘାଟର ଦ୍ବିତୀୟ ଅଧିବେଶନରେ ହାସ୍ୟକବି ନିତିଶ ଆଚାର୍ଯ୍ୟ, ସ୍ବୟଂଏକାଡେମୀ ଗ୍ରୁପ ପଡିଆବାହାଲ, ସାନବଡ ଘୁଡକା ନାଚ ତୁଷୁରା ବଲାଂଗିର, ମା’ କରମସାନୀ ଲହରୀ ଗ୍ରୁପ ଅମସ୍ତଲା,ମା’ ନାରାୟଣୀ ସାଂସ୍କୃତିକ ଗ୍ରୁପ ଅନ୍ଧାରିପାଲି, ଗୋଡଭଗା ଅନ୍ଧାରିପତ୍ରା ଆର.ପି.ବି ଗ୍ରୁପ, ଟାମ୍ପରସରା, ଲରମ୍ଭା, କାଦୋବାହାଲ ଶ୍ରୀ ଅରବିନ୍ଦ ସ୍କୁଲ ଲରମ୍ଭାର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ପବିତ୍ର ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ସମସ୍ତ ସକ୍ରୀୟ ସଭ୍ୟ ସହଯୋଗ କରିଥିଲେ ।ଅଂଚଳଟି ବହୁଜନ ସମାଗମ ସହ ଉତ୍ସବମୁଖରିତ ଓ ଖାଦ୍ୟପେୟର ସୁବ୍ୟବସ୍ଥା କରାଯାଇଥିଲା ଡ଼ି ଡ଼ି ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.

Recent Post

Live Cricket Update

× How can I help you?