Search
Close this search box.

କଙ୍କା-ବାଇଁଶିଆ ପ୍ରଧାନମନ୍ତ୍ରୀ ସଡକ ଦେଇ ଯାଇଥିବା ନାଳ ଉପରେ ପୋଲ ନିର୍ମାଣ ଦାବୀ

କଙ୍କା-ବାଇଁଶିଆ ପ୍ରଧାନମନ୍ତ୍ରୀ ସଡକ ଦେଇ ଯାଇଥିବା ନାଳ ଉପରେ ପୋଲ ନିର୍ମାଣ ଦାବୀ

ଢେଙ୍କାନାଳ, ୨୭/୯: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ବାଇଁଶିଆ ପଂଚାୟତ ଅନ୍ତର୍ଗତ କଙ୍କା ଗ୍ରାମର ଜନସାଧାରଣ ବାଇଁଶିଆ ଓ କଙ୍କା ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ପ୍ରଧାନମନ୍ତ୍ରୀ ସଡକ ମଧ୍ୟରେ ଏକ ମୁଖ୍ୟ ନାଳ ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ଉକ୍ତ ପ୍ରଧାନମନ୍ତ୍ରୀ ସଡକ ଉଭୟ ପଟୁ ରାସ୍ତା ହୋଇଯାଇଥିଲେ ମଧ୍ୟ ମୁଖ୍ୟ ନାଳଟିରେ ପୋଲଟିଏ ଏ ପର୍ଯ୍ୟନ୍ତ ହୋଇପାର ନାହିଁ । ଫଳରେ ବର୍ଷାଦିନେ କଙ୍କା ଗ୍ରାମଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ତ୍ଵେ ଗ୍ରାମ୍ୟ ଉନ୍ନୟ ବିଭାଗ, ଢେଙ୍କାନାଳ ଓ ଭୁବନେଶ୍ଵରଙ୍କ ପ୍ରସ୍ତାବ ସତ୍ତ୍ଵେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ପର୍ଯ୍ୟନ୍ତ କୌଣସି ତ୍ର ଆସିପାରୁନାହିଁ କି କାର୍ଯ୍ୟ ହୋଇପାରୁନାହିଁ ବୋଲି ଜଣାଇଛନ୍ତି। ୫-ଟି ରେ ପୋଲ ନିର୍ମାଣ ପାଇଁ ଅଭିଯୋଗ ଯାଇଥିବା ୩୧୪ଟି ପୋଲ ନିର୍ମାଣାର୍ଥେ ଭି.ଆଇ.ପି. ଲିଷ୍ଟରେ ସ୍ଥାନ ପାଇଛି । ଏଥିରେ ବାଇଁଶିଆ-କଙ୍କା ମୁଖ୍ୟନାଳର ପୋଲ ନିର୍ମାଣ ମଧ୍ୟ ସ୍ଥାନ ପାଇଛି । କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ । ତେଣୁ ଗ୍ରାମବାସୀ କଙ୍କା-ବାଇଁଶିଆ ମଧ୍ୟରେ ଥିବା ମୁଖ୍ୟ ନାଳରେ ପୋଲ ନିର୍ମାଣ କାର୍ଯ୍ୟ ପ୍ରସ୍ତାବଟି ପାରିତ କଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ ଜଣାଇଛନ୍ତି । ଏହି ଦାବୀପତ୍ର ପ୍ରଦାନ ବେଳେ ଗ୍ରାମ ସଭାପତି ବିରଂଚି ନାରାୟଣ ଇନ୍ଦ୍ରଜିତ୍ ସିଂ, ସଂପାଦକ ଶରତ ଚନ୍ଦ୍ର ସ୍ତମ୍ବ, ସୁଦର୍ଶନ ସ୍ତମ୍ବ, ମଦନ ବଳିୟାରସିଂ, ଭରତ ପରିଡା, ପ୍ରସନ୍ନ ଇନ୍ଦ୍ରଜିତ୍‌ସିଂ, ସଦାନନ୍ଦ ମହାମାନ୍‌ସିଂ, ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Recent Post

Live Cricket Update

× How can I help you?