Search
Close this search box.

ମୋବାଇଲ ଚୋର ଗିରଫ: ୪ ମୋବାଇଲ ଜବତ। ଭୁକ୍ତା ବଜାର ରୁ ମୋବାଇଲ ଚୋର ଧରାପଡ଼ି ଜେଲ ଗଲା

ମୋବାଇଲ ଚୋର ଗିରଫ: ୪ ମୋବାଇଲ ଜବତ। ଭୁକ୍ତା ବଜାର ରୁ ମୋବାଇଲ ଚୋର ଧରାପଡ଼ି ଜେଲ ଗଲା

ଅମ୍ବାଭୋନା:-୨୭/୦୯/୨୦୨୩-ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଭୁକ୍ତା ସାପ୍ତାହିକ ବଜାର ପ୍ରାଙ୍ଗଣରୁ ବୁଧବାର ଦିନ ଲୋକମାନଙ୍କ ପକେଟ ରୁ ମୋବାଇଲ ଚୋରି କରୁଥିବା ବେଳେ ଲୋକଙ୍କ ହାବୁଡ଼ରେ ଧରାପଡ଼ିବା ପରେ ଅମ୍ବାଭୋନା ପୋଲିସ କୁ ଜିମା ଦେଲେ ସ୍ଥାନୀୟ ଲୋକେ । ପ୍ରକାଶ ଥାଉକି ବୁଧବାର ଦିନ ପନିପରିବା କିଣିବାକୁ ଯାଇଥିବା ଚିଚୋଲି ନିବାସୀ ବିଶ୍ଵାମିତ୍ର ସା ଙ୍କ ପକେଟ ରୁ ମୋବାଇଲ ଚୋରି ହେଲା।ପରେ ଖିଜୁପାଲି ଗ୍ରାମ ର ସୁବାସ ଦେହେରୀ ଙ୍କ ମୋବାଇଲ ଚୋରି ହେଲା। ଗୋଟିଏ ଘଣ୍ଟା ମଧ୍ୟରେ ରୁଚିଦା ଗ୍ରାମ ର ତୁଷାର କାନ୍ତ ରଥ ଙ୍କ ପକେଟ‌‌‌ ରୁ ମୋବାଇଲ ଚୋରି କରୁଥିବା ବେଳେ ତାଙ୍କ ହାବୁଡ଼ରେ ଚୋର ଧରାପଡ଼ିଲା। ଖବର ପାଇ ଅମ୍ବାଭୋନା ପୋଲିସ ସମ୍ପୃକ୍ତ ମୋବାଇଲ ଚୋର ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ଝଗଡ଼ାଇ ଗ୍ରାମ ର କାର୍ତ୍ତିକ ଦାସ (୨୨ ବର୍ଷ)କୁ ଗିରଫ କରି ତାଙ୍କ ଠାରୁ ୪ଟି ଚୋରି ମୋବାଇଲ ଜବତ କରିଥିଲେ।ଏ ନେଇ ଅମ୍ବାଭୋନା ଥାନା ରେ କେଶ ନଂ -୧୯୮ ଆଇ.ପି.ସି.ଧାରା ୩୭୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି। ଭୁକ୍ତା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

× How can I help you?