ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ଓର୍ମାସ୍ ପକ୍ଷରୁ ଧୂପକାଠି ପ୍ରସ୍ତୁତ କରୁଥିବା ମହିଳା ଏସ୍ଏଚ୍ଜି ସଦସ୍ୟମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସ୍ବରୂପ ସାଇକେଲ୍ ବଣ୍ଟନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଓରମାସ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୩୦ ଜଣ ମହିଳାଙ୍କୁ ସାଇକେଲ୍ ବଣ୍ଟନ କରିଥିଲେ। ଧୁପକାଠି ପ୍ରସ୍ତୁତ କରି ଆର୍ଥିକ ସ୍ବାବଲମ୍ବୀ ହୋଇଥିବା ଏସ୍ଏସଜି ମହିଳାଙ୍କ କାର୍ଯ୍ୟକୁ ମନ୍ତ୍ତୀ ଶ୍ରୀ ଅମାତ୍ ପ୍ରଶଂସା କରିଥିଲେ। ଆଇଟିସି ସହାୟତାରେ ବିଭିନ୍ନ ଜିଲ୍ଲାରେ ଧୂପକାଠି ପ୍ରସ୍ତୁତ କରୁଥିବା ଏହିଭଳି ୨୦୦ ମହିଳା ଏସ୍ଏଚଜି ସଦସ୍ଯାଙ୍କୁ ସାଇକେଲ୍ ବଣ୍ଟନ କରାଯିବ।
