Search
Close this search box.

ଏକ ମାସ ବିତିଗଲା ନ୍ୟୁରସ ମାରାଇନ ରେ କାମ କରୁଥିବା ପୁଅ ର ମିଳୁନି ପତା | ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ଏସ ପି ଦାବିପତ୍ର ପ୍ରଦାନ

( ଏକ ମାସ ବିତିଗଲା ନ୍ୟୁରସ ମାରାଇନ ରେ କାମ କରୁଥିବା ପୁଅ ର ମିଳୁନି ପତା | ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ଏସ ପି ଦାବିପତ୍ର ପ୍ରଦାନ )

 

ଜଗତସିଂହପୁର

ତା =9/10/23

 

: ବିରିଡି ବ୍ଲକ ଅନ୍ତର୍ଗତ ମାଣତ୍ରୀ ବେତମଲିଆ ଗ୍ରାମର ଶେଖ ସବିର ଉଦ୍ଦିନ ଙ୍କର ରୋଜଗାରିଆ ପୁଅ ଶେଖ ସାହିଲ ଉଦ୍ଦିନ ଙ୍କର ଏକ ମାସ ରୁ ଉର୍ଦ୍ଧ ହେବ ପତା ମିଳୁନାହିଁ |

ଯେକି ନ୍ୟୁରସ ମାରାଇନ ମୁମ୍ବାଇ ରେ ଦୀର୍ଘ 5 ମାସ ହେବ ଏବି ପୋଷ୍ଟ ରେ କାର୍ଯ୍ୟ କରୁଥିଲେ | ଏବେ ସେ ଏମ୍ ଟି ଦିଆ ଜାହାଜରେ ଦୁବାଇ ରୁ ଇରାନ ଅଭିମୁଖେ ନିଜ ଡ୍ୟୁଟି ଅନୁସାରେ ଯାଉଥିଲେ l ସେପ୍ଟେମ୍ବର ମାସ 6 ତାରିଖରେ ସେ ତାଙ୍କ ପରିବାର ସହ କଥା ବାର୍ତ୍ତା ହୋଇଥିଲେ ଯାହାକି ତାଙ୍କର ଶେଷ କଲ୍ ଥିଲା ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି l କାରଣ 7 ତାରିଖ ରାତି ପ୍ରାୟ 10 ଟା ସୁଦ୍ଧା ସାହିଲ ଙ୍କ ବାପା ସବିର ଙ୍କ ପାଖକୁ ଏକ ଫୋନ୍ ଆସିଲା l ତୁମ ପୁଅ ର ମୃତ୍ୟୁ ହୋଇଯାଇଛି | ତମେ ଏକ ଆଫିଡେଭିଡ ଦିଅ ଯେ ମୃତ୍ୟୁ ଶରିର ପାଇବା ପରେ କୌଣସି ଅଭିଯୋଗ କରି ପାରିବେ ନାହିଁ | ଶେଷରେ ସବୀର ନିରୁପାୟ ହୋଇ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଙ୍କୁ ପତ୍ର ଲେଖିଥିଲେ |ହେଲେ କୌଣସି ଉତ୍ତର ମିଳିନଥିଲା | ଶେଷରେ ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ଜାତୀୟ ମାନବ ଅଧିକାର କମିଶନ ର ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଜଗତସିଂହପୁର ଏସ ପି ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି | ଘଟଣା ର ନିରପେକ୍ଷ ତଦନ୍ତ କରାଯିବ ବୋଲି ଏସ ପି ନ୍ୟାୟ ପାଇଁ ଲଢେଇ ପରିବାର ସଭାପତି ସୁବ୍ରତ କୁମାର ଦାସ ଙ୍କୁ ପ୍ରତିଶୃତି ପ୍ରଦାନ କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This

× How can I help you?