Search
Close this search box.

ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ।

 

କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଚୌଦ୍ଵାର ବ୍ଲକ ହରିଅନ୍ତା ପଞ୍ଚାୟତ ସ୍ଥିତ ପ୍ରଗତି ତରୁଣ ସମାଜ ଓ ଉତ୍କଳ ମଣି ପାଠାଗାର ପରିସର ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଲୋକାର୍ପଣ ହୋଇଯାଇଛି। ଏହି ସଭା ରେ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ରାଷ୍ଟ୍ରୀୟ ସମ୍ପାଦକ ଲୋକ ସେବକ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଟେଟ୍ରାହେଡ୍ରନ ର ନିର୍ମାତା ଶ୍ରୀଯୁକ୍ତ ତ୍ରିଦେବ ବେହେରା ମହୋଦୟ ଯୋଗ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ବହୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ତପସ୍ବନି ସାମଲ, ଶୁଭଶ୍ରୀ ମହାରଣା, ଶାଶ୍ୱତ ରଞନ ସ୍ବାଇଁ, ପ୍ରିୟଙ୍କା ବଳ,ଶୁଭସ୍ମିତା ନାୟକ, ସତ୍ୟରଞନ ସାମଲ ଏହି ସଭାରେ ଉପସ୍ଥିତ ରହି ଉତ୍କଳମଣି ପାଠାଗାର କିପରି ଆଗକୁ ଉନ୍ନତି ହେବ ଓ ଆଜିର ସମାଜ ରେ ଯୁବଗୋଷ୍ଠୀ କିପରି ଉନ୍ନତି କରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ।

 

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ।

Recent Post

Live Cricket Update

You May Like This

× How can I help you?