Search
Close this search box.

ଉଚ୍ଚବିଦ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ, ମହିଷାପାଟ ଠାରେ ଫିଲାଟେଲି ଦିବସ ପାଳନ

ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ଆଜି ତା 11.10.2023 ରିଖ ଦିନ ଢେଙ୍କାନାଳ ଜିଲ୍ଲା ର କାଇମାଟି ଉଚ୍ଚବିଦ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ, ମହିଷାପାଟ ଠାରେ ଫିଲାଟେଲି ଦିବସ ପାଳନ କରାଯାଇଅଛି / ଏହି ଅବସରରେ ବିଦ୍ୟାଳୟ ଗୁଡିକରେ କୁଇଜ଼ ପ୍ରତିଯୋଗିତା , କର୍ମଶାଳା ଇତ୍ୟାଦି ର ଆୟୋଜନ କରାଯାଇଥିଲା / ଏହି ପ୍ରତିଯୋଗିତା ରେ ଅନେକ ଶିକ୍ଷାର୍ଥୀ ଭାଗ ନେଇ ଥିଲେ / ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା / ଏହି ପ୍ରତିଯୋଗିତା ଏବଂ କର୍ମଶାଳାରେ ଢେଙ୍କାନାଳର ଡାକ ମଣ୍ଡଳର ଡାକ ଅଧୀକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଦାଶ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ ଏବଂ ଫିଲାଟେଲିର ଉପଯୋଗୀତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ / ଏହା ସହିତ ଭାରତୀୟ ଡାକବିଭାଗ ଦ୍ୱାରା ଆୟୋଜନ କରାଯାଉଥିବା ବିଭିନ୍ନ ପ୍ରତିଯୋଗିତା ଯଥା ଢାଇ ଅକ୍ଷର ଲେଟର ରାଇଟିଙ୍ଗ , ଦିନ ଦୟାଲ ସ୍ପର୍ଶ ଯୋଜନା ଏବଂ ଷ୍ଟାମ୍ପ ଡିଜାଇନିଙ୍ଗ ପ୍ରତିଯୋଗିତା ସମ୍ପର୍କରେ ପିଲାମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ /

ଏହି କୁଇଜ଼ ପ୍ରତିଯୋଗିତା ଏବଂ କର୍ମଶାଳାରେ ଢେଙ୍କାନାଳ ଡା଼କମଣ୍ଡଳର ଉପ ଅଧିକ୍ଷକ ଶ୍ରୀଯୁକ୍ତ ନୀଳମଣି ଜାନୀ , ଜନ ସମ୍ପର୍କ ନିରୀକ୍ଷକ ଶ୍ରୀମତୀ ମଧୁସ୍ମିତା ମାଝୀ , କାର୍ଯ୍ୟକାରୀ ପ୍ରବନ୍ଧକ ଶ୍ରୀ ଶାକ୍ୟସିଂହ ରାଉତ ଏବଂ ଅଫିସ ଆସିଷ୍ଟାଣ୍ଟ ଶ୍ରୀ କାଳନ୍ଦୀ ଚରଣ ସାହୁ ଉପସ୍ଥିତ ଥିଲେ / କୁଇଜ଼ ପ୍ରତିଯୋଗିତା ଏବଂ କର୍ମଶାଳାକୁ ଢେଙ୍କାନାଳ ଡାକ ମଣ୍ଡଳର ପ୍ରଶିକ୍ଷକ ତଥା କୁଇଜ଼ ମାଷ୍ଟର ଦୀପକ ଲେଙ୍କା ପରିଚାଳନା କରିଥିଲେ ।

Recent Post

Live Cricket Update

You May Like This

× How can I help you?