Search
Close this search box.

ହାତୀ ଉଜାଡିଦେଲା ସୁନା ସଂସାର, ଦୁଃଖ ସାଗରରେ ଭାସିଗଲେ ପରିବାର

ହାତୀ ଉଜାଡିଦେଲା ସୁନା ସଂସାର, ଦୁଃଖ ସାଗରରେ ଭାସିଗଲେ ପରିବାର !

 

ବାପା ବାପା ଡାକି କାନ୍ଦି ପକାଉଛନ୍ତି ପୁଅ ଝିଅ !

 

ଏ ବାପା କେଉଁ ଅଫେରା ରାଇଜକୁ ଚାଲିଗଲ ଆମେ ପରା ତମର ଗେଲ୍ହା ପୁଅ, ଝିଅ ! ସେଦିନ ତମେ କେଉଁ ବେଳାରେ ସକାଳୁ ଉଠି ଝାଡା ନାଳ କୁ ଯାଇଥିଲ ଯେ ତମକୁ ହାତୀ ଗୋଡେଇ ଗୋଡେଇ ମାରିଥିଲା !ତମେ ସିନା ଚାଲିଗଲ ଆମ କଥା ବୁଝିବ କିଏ ଆମ ମା କଥା ବୁଝିବ କିଏ ଆମକୁ ଖାଇବାକୁ ଦବ କିଏ !ବାପା ବାପା କହି କାହାକୁ ଡାକିବୁ ଶୁଣିବ କିଏ !ତମେ ପରା ଆମର ସବୁକିଛି !ହଁ ଆଜ୍ଞା ଏହି ଦୃଶ୍ୟ ଟି ହଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଡ଼ଲା ଗ୍ରାମ ପଞ୍ଚାୟତ ବେଣୀପଥର ଗ୍ରାମର !ବିଚିତ୍ରା ବେହେରା ନାମକ ବ୍ୟକ୍ତି ସକାଳୁ ଝାଡା ଯାଇଥିଲେ ନାଳକୁ କିନ୍ତୁ ସେଠାରେ ଗୋଟିଏ ହାତୀ ତାଙ୍କୁ ଗୋଡେଇ ଗୋଡେଇ ମାରିଥିଲା ସେ ଆଘାତ ପ୍ରାପ୍ତ ହେଇ ମେଡିକାଲ ଯାଇଥିଲେ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା !ହଁ ଆଜ୍ଞା ତାଙ୍କ ସ୍ତ୍ରୀ ସିପି ବେହେରା କାନ୍ଦି କାନ୍ଦି ଗଡି ଯାଉଛନ୍ତି !ମା ମାମି ବେହେରା ଙ୍କ ଦେହରେ ଲୁଗା ରହୁନାହିଁ କାରଣ ସେ ବି ମଧ୍ୟ କାନ୍ଦି କାନ୍ଦି ତଳେ ଗଡି ଯାଉଛନ୍ତି !ବାପା ଭଗତ ବେହେରା ବାହୁନି ବାହୁନି କାନ୍ଦୁଛନ୍ତି, କାନ୍ଦି କାନ୍ଦି କହୁଛନ୍ତି, ଏ ମୋର ଜୀବନ ଧନ ତତେ ଖୋଜି ମୁ କଉଠୁ ପାଇବି ରେ ବାପା ତୁ ଅଫେରା ରାଇଜକୁ ଚାଲିଯାଇଛୁ ! ଏହି ପରି ଆଜ୍ଞା ସଂସାର ଦୁଃଖ ସାଗରରେ ଭାସିଯାଇଛି ! ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Recent Post

Live Cricket Update

You May Like This

× How can I help you?