Search
Close this search box.

ଅନୁଗୋଳ ଜିଲ୍ଲା ହାତୀ ଉପଦ୍ରବ ପାଇଁ ଅତିଷ୍ଠ ଜନତା

ଅନୁଗୋଳ ଜିଲ୍ଲା ହାତୀ ଉପଦ୍ରବ ପାଇଁ ଅତିଷ୍ଠ ଜନତା ,

ତିନି ଦିନ ଗଣଧାରଣା ଦେବ ନେଇ ସାମାଜିକ ସୁରକ୍ଷା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ ମାରୱାଡି ଧର୍ମଶାଳା ଠାରେ ସାମାଜିକ ସୁରକ୍ଷା ମଞ୍ଚ ବନ୍ତଳା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଅନୁଷ୍ଠିତ ହୋଇଯାଇଛି। ବନ୍ତଳା ଅଞ୍ଚଳରେ ଦିନକୁ ଦିନ ବଢୁଥିବା ହାତୀ ସମସ୍ୟାକୁ ନେଇ ଉଦ୍‌ବେଦ ପ୍ରକାଶ ପାଉଛି । ହାତୀ ଜନିତ ସମସ୍ୟା ଦ୍ବାରା ଜୀବନ ଜୀବିକା ଏକ ପ୍ରକାରର ବିପନ୍ନ, ବର୍ତ୍ତମାନ ଛାତ୍ର ଛାତ୍ରୀ ସ୍କୁଲକୁ ଯିବାକୁ ସୁରକ୍ଷିତ ନାହାଁନ୍ତି। ଚାଷୀଟିଏ କ୍ଷେତ ଯିବାକୁ ମଧ୍ୟ ଡରୁଛି ସଂନ୍ଧ୍ୟା ହେଲେ ରାସ୍ତାଘାଟ ଶୂନ୍ ଶାନ୍ ହୋଇଯାଉଛି। ପ୍ରାୟ ଏକ ବର୍ଷ ଭିତରେ କେବଳ ଅନୁଗୋଳ ବ୍ଲକରେ ୩୦ ରୁ ଉର୍ଦ୍ଧ୍ବ ଜୀବନ ହାତୀ ନେଇ ସାରିଲାଣି ଯେଉଁଥିପାଇଁ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କ ନିକଟରେ ମଞ୍ଚ ଏହାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ କରିବା ପରେ ମଧ୍ୟ ଜିଲ୍ଲା ପ୍ରସାଶନ ରାଜ୍ୟ ପ୍ରସାଶନ ନିଦାବିଷ୍ଣୁ ସାଜିଛି। ଆସନ୍ତା ୧୬ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣତାନ୍ତ୍ରିକ ପଦ୍ଧତିରେ ଗଣଧାରଣା ଦେବା ପାଇଁ ନିଷ୍ପତି କରିଛି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅନୁଗୋଳ ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ

Recent Post

Live Cricket Update

You May Like This

× How can I help you?